Below header

ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ, ପୋଷ୍ଟମାଷ୍ଟରଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଉଦଳା(କେନ୍ୟୁଜ୍): ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗ। ପୋଷ୍ଟମାଷ୍ଟରଙ୍କୁ ପୋଷ୍ଟ ଅଫିସରେ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ଉଦଳା ଥାନା ଆଠପଡା ଗ୍ରାମରେ। ଆଠପଡା ଗ୍ରାମରେ ଥିବା ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ହିତାଧିକାରୀମାନଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।

ଯାହାକୁ ନେଇ ଗତକାଲି ସନ୍ଧ୍ୟା ସମୟରେ ହଠାତ ଗ୍ରାମବାସୀ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟରଙ୍କୁ ଅଟକ ରଖିଥିଲେ। ଗ୍ରାମର ପ୍ରାୟ କୋଡିଏ ରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଛନ୍ତି ପୋଷ୍ଟ ମାଷ୍ଟର ଉତ୍ତମ ମହାନ୍ତି! ପୋଷ୍ଟ ଅଫିସରେ ଥିବା ଜମା ଖାତା ସହିତ ସୁକନ୍ୟା ଯୋଜନା ଏବଂ ବିଭିନ୍ନ ଯୋଜନାରେ ଥିବା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟରୁ ଗାଏବ ହେବା ପରେ ଗ୍ରାମବାସୀ ପୋଷ୍ଟ ମାଷ୍ଟରଙ୍କ କାରନାମା ଜାଣିବାକୁ ପାଇଥିଲେ। ଏପରିକି ଏ ବାବଦରେ ପୋଷ୍ଟ ମାଷ୍ଟର ହିତାଧିକାରୀଙ୍କ ଅଭିଯୋଗ ଶୁଣୁନଥିବାରୁ ଗ୍ରାମବାସୀ ତାଙ୍କୁ ବାଧ୍ଯ ହୋଇ ଅଟକ ରଖିଥିଲେ। ଯେଉଁ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏନେଇ ଜାଣିବାପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।  ହିତାଧିକାରୀମାନେ ନିଜ ଟଙ୍କା ଫେରି ପାଇବା ଜିଦିରେ ଅଡ଼ି ବସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.