ରୋମାଣ୍ଟିକ୍‌ ଅନ୍ଦାଜରେ ନଜର ଆସିଲେ କରଣବୀର ଓ ପୁନମ ପାଣ୍ଡେ, ଟ୍ରୋଲ୍‌ କରି ଫ୍ୟାନ୍ସ କହିଲେ- ଛାଡ଼ପତ୍ର ହେବ କିଛି ଦିନ ଭିତରେ

ଗତ କିଛି ଦିନ ହେବ ଟିଭି ଅଭିନେତା କରଣବୀର ବୋହରା ଏବଂ ବୋଲ୍‌ଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏହାର କାରଣ ହେଉଛି ଉଭୟଙ୍କ ‘ତେରେ ଜିସ୍‌ମ ସେ’ ନାମରେ ଏକ ଅପ୍‌କମିଂ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଥିବା‌ ବେଳେ ସେମାନେ ଏହାର ପ୍ରମୋସନ ପାଇଁ ଅଧିକାଂଶ ସ୍ଥାନକୁ ସାଥୀ ହୋଇ ଯାଉଛନ୍ତି। ସେମାନଙ୍କର ଏହି ମ୍ୟୁଜିକ ଭିଡିଓ ରିଲିଜ୍‌‌ ହେବାକୁ ବିଳମ୍ବ ଥିଲେ ବି ଉଭୟ ଅଧିକାଂଶ ସମୟ‌ରେ ଦର୍ଶକଙ୍କୁ ସର୍‌ପ୍ରାଇଜ୍‌କରି ଦେଇଛନ୍ତି। ଏହା ପୂର୍ବରୁ ଉଭୟଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

କରଣବୀର ବୋହରା ଏବଂ ପୁନମ ପାଣ୍ଡେଙ୍କ ସହ ‘ତେରେ ଜିସ୍ମ ସେ’ ଗୀତରେ ନଜର ଆସିବେ। ଗୀତ ରିଲିଜ୍ ହେବା ପୂର୍ବରୁ ପୁନମ ଏବଂ କରଣବୀର ଏହାକୁ ପ୍ରମୋସନ କରିବାରେ ବ୍ୟସ୍ତ ଅଛନ୍ତି। ଏଥିରେ ଦେଖିବାକୁ ମିଳିଛି କରଣବୀର ପୁନମ ପାଣ୍ଡେଙ୍କୁ ବାହୁରେ ଉଠାଇ ବୁଲୁଛନ୍ତି ତ ପୁଣି କେବେ ନିଆରା ଅନ୍ଦାଜରେ ରୋମାଣ୍ଟିକ୍‌ ହଉଛନ୍ତି। ସେମାନଙ୍କର ଏବେ ଆଉଏକ ନୂଆ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ସେମାନେ ପରସ୍ପରର ବେଶ୍‌ ନିକଟତର ଥିବା ଜଣା ପଡୁଛନ୍ତି। ଭିଡିଓଟିକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେମାନଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଲୋକମାନେ କରଣବୀରଙ୍କ ଉପରେ ମନ୍ତବ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି – ଘରକୁ ଯାଅ ପୁଣି ଜଣାପଡିବ। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଟିକେ ସମ୍ଭାଳି ଯାଅ’। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ୟାର ବି ଛାଡ଼ପତ୍ର ହେବ କିଛି ଦିନ ଭିତରେ।’ ଅନ୍ୟଜଣେ କହିଛନ୍ତି – ଛାଡପତ୍ର ହେବା ପୂର୍ବରୁ ଯତ୍ନ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କରଣବୀରଙ୍କୁ ଟ୍ରୋଲ କରି ତାଙ୍କ ଛାଡପତ୍ର ବିଷୟରେ ଲେଖିଥିଲେ। ଅନେକ ଏହାକୁ ଶସ୍ତା ପ୍ରଚାର ବୋଲି ମଧ୍ୟ କହିଛନ୍ତି ।

କରଣବୀର ବୋହରା ଏବଂ ପୁନମ ପାଣ୍ଡେଙ୍କ ଏହି ଭିଡିଓରେ ଅଭିନେତାଙ୍କ ପତ୍ନୀଙ୍କ ମନ୍ତବ୍ୟ କ’ଣ, କେବଳ ସମୟ କହିବ। କିନ୍ତୁ ଏହା ନିଶ୍ଚିତ ଯେ କନିଜ ଅପ୍‌କମିଂ ମ୍ୟୁଜିକ୍‌ ଭିଡିଓ ପାଇଁ ସେମାନେ ଯେଉଁ ପ୍ରମୋସନ ଶୈଳୀକୁ ଆପଣେଇଛନ୍ତି ତାହା ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.