ବାରହା ଶିକାର ପାଇଁ ଦୁର୍ବୃତ୍ତ ବିଛାଇଥିଲେ ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ଜଣେ ଗୁରୁତର, ପୋଡିଯାଇଛି ଶରୀରର ଅଧିକାଂଶ ସ୍ଥାନ

ଭଞ୍ଜନଗର(କେନ୍ୟୁଜ୍): ବାରହା ଶିକାର ପାଇଁ ଦୁର୍ବୃତ୍ତ ବିଛାଇଥିବା ବିଦ୍ୟୁତ୍ ତାରରେ ଛନ୍ଦି ହୋଇ ଜଣେ ଗୁରୁତର । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଗଉଡିଆପଢାଳ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଆହତ ଜଣକ ହେଲେ ସେହି ଗାଁ ର ସନ୍ତୋଷ ସ୍ବାଇଁ । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତି କରିଥିଲେ ।

ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ମୁତାବକ, କୈାଣସି କାମରେ ସନ୍ତୋଷ ସଂପୃକ୍ତ ରାସ୍ତା ଦେଇ ଯାଉଥିବା ବେଳେ, ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସିଥିଲେ । ତେବେ ତାଙ୍କ ଦେହର ଅଧିକାଂଶ ସ୍ଥାନ ପୋଡିଯାଇଥିବା ମଧ୍ଯ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.