ମନୋରଂଜନ

ସୁନ୍ଦର ଫିଲ୍ମ କ୍ୟାରିୟର ଥାଇ ମଧ୍ୟ ଅଚାନକ ପର୍ଦାରୁ ଗାୟବ ହୋଇଗଲେ ଏହି କଳାକାର, ଜାଣନ୍ତି କ’ଣ ପାଇଁ

ବଲିଉଡର ଚକାଚକ୍‌, ନାମ ଓ ପଇସା ଯେ କୌଣସି ଲୋକକୁ ଯେ ଆକର୍ଷିତ କରିବ ଏଥିରେ ସନ୍ଦେହ ନାହିଁ । ହିନ୍ଦୀ ଫିଲ୍ମ ଜଗତ ବାହାରୁ ଯେତେ ସୁନ୍ଦରଓ ଆକର୍ଷକ ଲାଗିଲେ ବି ଭିତରେ ଯେ କେତେ ଗୋପନୀୟ ତଥ୍ୟ ଲୁଚି ରହିଛି ତାହା ଜାଣିବା ମୁସ୍କିଲ । ଆମେ ଆପଣଙ୍କୁ ଆଜି ଏମିତି କିଛି କଳାକାରଙ୍କ ବିଷୟରେ କହିବୁ ଯିଏ ବଲିଉଡରେ ବେଶ ନାମ ଓ ପ୍ରତିଷ୍ଠା ପାଇଥିଲେ ବି ହଠାତ୍‌ ବଲିଉଡର ଉଭେଇ ଯାଇଛନ୍ତି । ଯାହାଙ୍କୁ ଆଜି ଚିହ୍ନିପାରିବା ମଧ୍ୟ ବଡ ମୁସ୍କିଲ । ଆସନ୍ତୁ ଜାଣିବା ସେହି କଳାକାରମାନଙ୍କ ସମ୍ପର୍କରେ ।

ଭାଗ୍ୟଶ୍ରୀ

ସଲମାନଙ୍କ ସହିତ ପ୍ରଥମ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ ରେ ଭାଗ୍ୟଶ୍ରୀ ରାତାରାତି ଷ୍ଟାର ବନିଯାଇଥିଲେ । ଫିଲ୍ମରେ ସଲମାନଙ୍କ ଭଳି ସୁପରଷ୍ଟାର ଥିଲେ ହେଲେ ସବୁ ପ୍ରଶଂସା ଭାଗ୍ୟଶ୍ରୀଙ୍କୁ ମିଳିଥିଲା । ପ୍ରଶଂସକ ଭାଗ୍ୟଶ୍ରୀଙ୍କ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ । ହେଲେ ଅଭିନେତ୍ରୀ ବିବାହ କରିଦେଲେ ଓ ଅଚାନକ ବଲିଉଡରୁ ବିଦାୟ ନେଇଗଲେ । ବହୁ ବର୍ଷ ପରେ ଏବେ ଭାଗ୍ୟଶ୍ରୀ ପୁଣି ଆକ୍ଟିଭ ହୋଇଛନ୍ତି ଓ ଟିଭି ସିରିୟଲରେ ନଜର ଆସୁଥିବାର ଦେଖାଯାଇଛି ।

ମନ୍ଦାକିନୀ

ରାଜ କପୁରଙ୍କ ଫିଲ୍ମ ‘ରାମ ତେରୀ ଗଙ୍ଗା ମୈଲୀ’ ରେ ଡେବ୍ୟୁ କରିଥିବା ମନ୍ଦାକିନୀଙ୍କୁ ଏହି ଫିଲ୍ମ ରାତାରାତି ଷ୍ଟାର କରିଦେଇଥିଲା । ଏହି ଫିଲ୍ମରେ ମନ୍ଦାକନୀଙ୍କ ସହ ରାଜ କପୁରଙ୍କ ପୁଅ ରାଜୀବ କପୁର ଅଭିନୟ କରିଥିଲେ । ଫିଲ୍ମରେ ମନ୍ଦାକିନୀଙ୍କ ଝରଣାରେ ଗାଧୋଇବା ସିନ୍‌ ହଙ୍ଗାମା ସୃଷ୍ଟି କରିଥିଲା । ଏହି ଫିଲ୍ମ ପରେ ମନ୍ଦାକିନୀ ଫିଲ୍ମ ‘ଇକ୍କା ଦୁକ୍କା’ ରେ ଦେଖିବାକୁ ମିଳିଥିଲେ । ହେଲେ ଏହାପରେ ଅଚାନକ ତାଙ୍କ ନାମ ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ସହ ଯୋଡି ହୋଇଗଲା । ଯାହା ପରେ ମନ୍ଦାକିନୀ ଅଚାନକ କେଉଁଆଡେ ଗାୟବ ହୋଇଗଲେ । ଏବେ କେବଳ କେବେ କେମିତି ତାଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ରାହୁଲ ରାୟ

ମହେଶ ଭଟ୍ଟଙ୍କ ସୁପର ହିଟ ଫିଲ୍ମ ‘ଆଶିକୀ’ରେ ରାହୁଲ ରାୟ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଆଶିକୀର ସଂଗୀତ ମାର୍କେଟରେ ବୋବାଲ ମଚାଇ ଆସିଥିଲା । ଏହି ଫିଲ୍ମ ପରେ ରାହୁଲ ରାୟ ଆହୁରି ୧୦ ଟି ଫିଲ୍ମରେ ସାଇନ କରିଥିଲେ । ହେଲେ ଆଉ କୌଣସିଟି ଫିଲ୍ମ ତାଙ୍କର ହିଟ ହୋଇ ନଥିଲା । ରାହୁଳ ରାୟ ଯେଉଁ ପରି ଭାବେ ଉପରକୁ ଉଠିଥିଲେ ସେପରି ତଳକୁ ଖସିଲେ ।

ଅନୁ ଅଗ୍ରଓ୍ଵାଲ

୧୯୯୦ ରେ ଫିଲ୍ମ ‘ଆଶିକୀ’ରେ ରାହୁଳ ରାୟଙ୍କ ହିରୋଇନ ଥିବା ଅନୁ ଅଗ୍ରଓ୍ଵାଲଙ୍କୁ ମଧ୍ୟ ବହୁତ ସଫଳତା ମିଳିଥିଲା । ଫିଲ୍ମରେ ତାଙ୍କର ମାସୁମ ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଥିଲା । ଆଶିକୀ ପରେ ଅନୁ ଅଗ୍ରଓ୍ଵାଲ ଆଉ କେତେକ ଫିଲ୍ମରେ ଦେଖାଯାଇଛନ୍ତି । ହେଲେ ଏକ ସଡକ ଦୁର୍ଘଟଣାରେ ତାଙ୍କର ଜୀବନ ଏପଟ ସେପଟ ହୋଇଗଲା । ଯାହାପରେ ସେ ବଲିଉଡରୁ ଏକଦମ ଗାୟବ ହୋଇଗଲେ । ବହୁ ବର୍ଷ ପରେ ଏବେ ସେ ସାମାଜିକ କାର୍ଯ୍ୟରେ ଦେଖିବାକୁ ମିଳିଛନ୍ତି । ଯୋଗ ଶିଖାଉଥିବା ଦେଖାଯାଉଛନ୍ତି।

Niharanjan

Recent Posts

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

9 mins ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

28 mins ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

1 hour ago

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

2 hours ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

2 hours ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

2 hours ago