Categories: ମନୋରଂଜନ

ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲାଙ୍କ ଭାବବିହ୍ବଳ ପୋଷ୍ଟ, ପ୍ରେମିକଙ୍କ ଅକାଳ ବିୟୋଗରେ ଲେଖିଲେ କିଛି ଏପରି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ କୌଣସି ମଜାମସ୍ତିକୁ ନେଇ ନୁହେଁ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କରିଥିବା ଏକ ଭାବବିହ୍ଵଳ ପୋଷ୍ଟ ପାଇଁ ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି । ତ୍ରିଶଲା ନିଜର ପ୍ରେମିକଙ୍କୁ ହରାଇବା ପରେ ଏଭଳି ପୋଷ୍ଟ ସେୟାର କରିଛନ୍ତି । ସୂଚନା ଅନୁଯାୟୀ, ତ୍ରିଶଲାଙ୍କ ଇଟାଲିଆନ ପ୍ରେମିକଙ୍କ ହଠାତ ନିଧନ ହୋଇଯିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛନ୍ତି । ତେଣୁ ସେ ତାଙ୍କୁ ମନେପକାଇ ଇନ୍‌ଷ୍ଟାରେ ଏକ ପୋଷ୍ଟ କରିଛନ୍ତି ।

ପ୍ରେମିକଙ୍କ ସହ ଉଠାଇଥିବା ଏକ ଫଟୋ ସେୟାର କରି ତ୍ରିଶଲା ଲେଖିଛନ୍ତି, ମୋ ହୃଦୟ ଭାଙ୍ଗି ଯାଇଛି । ଧନ୍ୟବାଦ ମୋତେ ଏତେ ଭଲପାଇବା ଦେବା ସହ, ମୋର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ । ତୁମେ ମୋତେ ଦୁନିଆର ସବୁ ଖୁସି ଦେବା ସହ ଖୁସିରେ ରହିବାକୁ ଶିଖାଇଥିଲ। ତୁମେ ମୋ ଭିତରେ ସବୁଦିନ ପାଇଁ ବଞ୍ଚି ରହିବ । ମୁଁ ତୁମକୁ ବହୁତ ଭଲ ପାଉଛି । ଆମେ ଦ୍ୱିତୀୟ ଥର ନଦେଖା ହେବା ପର୍ଯ୍ୟନ୍ତ ମୁଁ ତୁମକୁ ସବୁବେଳେ ମନେ ପକାଉଥିବି । ତେବେ ମଙ୍ଗଳବାର ତାଙ୍କ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କିନ୍ତୁ ମୃତ୍ୟୁ ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

7 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

43 mins ago