ସାବଧାନ! କଣ ଆପଣ ମଧ୍ୟ ରହୁଛନ୍ତି ଆପାର୍ଟମେଣ୍ଟରେ, ହୋଇପାରେ ଡାଇବେଟିଜ୍ ଏବଂ ହୃଦରୋଗ

ମେଟ୍ରୋ ସିଟିଜରେ ଜମି ମହଙ୍ଗା ହେବା କାରଣରୁ ଲୋକମାନେ ଆପାର୍ଟମେଣ୍ଟରେ ରହିବାକୁ ପସନ୍ଦ କରୁଛନ୍ତି। ବୋଧହୁଏ ଏହି କାରଣରୁ ଶହରରେ ଆପାର୍ଟମେଣ୍ଟ କଲଚର୍ ବଢ଼ିଚାଲିଛି। କିନ୍ତୁ କଣ ଆପଣ ଜାଣନ୍ତି ବହୁମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଡାଇବେଟିଜ୍ ଏବଂ ହୃଦରୋଗର ଭୟ ଅଧିକ ଦେଖବିବାକୁ ମିଳିଥାଏ। ନିକଟରେ ଏକ ରିସର୍ଚ୍ଚରୁ ଜଣାପଡିଛି ଉଚ୍ଚ ମହଲାରେ ରହିବା କାରଣରୁ ସେମାନେ ପ୍ରକ୍ରୁତି ଠାରୁ ବହୁତ ଦୂରରେ ରହିଯାଉଛନ୍ତି। ଏହି କାରଣରୁ ସେମାନଙ୍କ ଉପରେ ପ୍ରଦୂଷଣର ପ୍ରଭାବ ସବୁଠୁ ଅଧିକ ହୋଇଥାଏ।

ରିସର୍ଚ୍ଚରେ ଆପାର୍ଟମେଣ୍ଟରେ ରହୁଥିବା ବ୍ୟକ୍ତି ଏବଂ ପ୍ରଦୂଷଣରୁ ପ୍ରଭାବିତ ଲୋକଙ୍କୁ ନେଇ ରିସର୍ଚ୍ଚ କରାଯାଇଥିଲା। ଏହି ରିସର୍ଚ୍ଚରୁ ଜଣାପଡିଲା ଯେ ଆପାର୍ଟମେଣ୍ଟରେ ରହୁଥିବା ଅଧିକାଂଶ ଲୋକ ପ୍ରାକ୍ରୁତିକ ବାତାବରଣରେ ରହି ପାରୁ ନାହାନ୍ତି ଏବଂ ତାଙ୍କ ଆଖପାଖରେ ପ୍ରଦୂଷଣର ମାତ୍ରା ଅଧିକ ରହିଥାଲ। ଏହି କାରଣରୁ ଏମିତି ଲୋକ ଶୀଘ୍ର ଅବସାଦ ଗ୍ରସ୍ଥ ହୋଇଯାଆନ୍ତି ଏବଂ ଏଥିରେ ମେଟାବୋଲିକ୍ ସିଣ୍ଡ୍ରୋମର ମଧ୍ୟ ଭୟ ରହିଥାଏ।

ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ମଧ୍ୟରେ ଟ୍ରାଇଗ୍ଲିସରାଇଡର ସ୍ତର ବଢ଼ି ଯାଇଥାଏ ଏବଂ ଲିପୋପ୍ରୋଟୀନ କୋଲେଷ୍ଟ୍ରଲ ବହୁତ କମ୍ ହୋଇଯାଇଥାଏ। ଏହି କାରଣରୁ ଲୋକ ଡାଇବେଟତିଜ୍ ଏବଂ ମୋଟାପଣର ଶିକାର ହୋଇଥାନ୍ତି। ଏହାପୂର୍ବରୁ ଅନ୍ୟ ଏକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ବିକାସଶୀଳ ଦେଶରେ ଅଧିକାଂଶ ଲୋକଙ୍କ ମ୍ରୁତ୍ୟୁ ହୃଦଘାତ ଏବଂ ହୃଦରୋଗ କାରଣରୁ ହୋଇଛି।

ଏହା ସହ ପଢ଼ନ୍ତୁ : ଶରୀରରେ କୋଲେଷ୍ଟ୍ରଲର ସ୍ତର କମ କରିଥାଏ ଏହି ୫ଟି ଫଳ

ଉଚ୍ଚ ରକ୍ତଚାପ ଏବଂ ମେଟାବଲିଜିମ୍ ସିଣ୍ଡ୍ରୋମ୍ ହୃଦରୋଗର ମୁଖ୍ୟ କାରଣ ବୋଲି କୁହାଯାଏ। ଅନୁସନ୍ଧାନକାରୀଙ୍କ କହିବାକଥା ଯେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପାର୍ଟମେଣ୍ଟରେ ରହୁଥିବା ଅଧିକାଂଶ ଲୋକ ନିଜ ଆଖପାଖରେ ଗଛ ଲତା ଲଗାଇବା ଉଚିତ। କାରଣ ଏହା ଦ୍ବାରା ବାୟୁ ପ୍ରଦୂଷଣ କମ୍ ହୋଇଥାଏ ଏବଂ ବାୟୁରେ ଅମ୍ଳଜାନର ସ୍ତର ଅଧିକ ରହିଥାଏ।

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

3 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

3 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

8 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

30 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

38 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

44 mins ago