ମନୋରଂଜନ

ଭାଲେଣ୍ଟାଇନ୍ ସପ୍ତାହରେ ସାମ୍ନାକୁ ଆସିଲା ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା, ଶୀର୍ଷରେ ରହିଲେ ତୃପ୍ତି ଡିମରି

ଆପଣମାନେ ତ ଜାଣିଥିବେ ଯେ ଏହି କିଛି ଦିନ ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ସମସ୍ତେ ପାଳନ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ଲୋକପ୍ରିୟ ସେଲିବ୍ରିଟିଙ୍କର ଏକ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଛି । ଏହା ମଧ୍ୟରେ IMDb ର ଏହି ତାଲିକା ସାମ୍ନାକୁ ଆସିଛି । ଯେଉଥିରେ ତୃପ୍ତି ଡିମରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭାଲେଣ୍ଟାଇନ୍ ସପ୍ତାହରେ IMDb ବିଶ୍ୱର ମାସିକ ୨୦୦ ମିଲିୟନରୁ ଅଧିକ ଭିଜିଟର୍ସ ଦେଖିବାକୁ ମିଳିଥିଲେ । ତେବେ ଏହି ସପ୍ତାହର ୧୦ ଟି ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ଲିଷ୍ଟ ଉନ୍ମୋଚନ କରାଯାଇଥିଲା ।

ସୂଚନା ମୁତାବକ, ଏହି ସପ୍ତାହରେ ତାଲିକାର ଶୀର୍ଷରେ ଅଛନ୍ତି ତୃପ୍ତି ଡିମରି, ଯିଏ ଆକ୍ସନ୍ ଡ୍ରାମା ଫିଲ୍ମ ‘ଆନିମଲ’ରେ ତାଙ୍କର ଉଲ୍ଲେଖନୀୟ ଅଭିନୟ ଯୋଗୁ ଅନେକ ପ୍ରଶଂସା ପାଇଥିଲେ । ଏହି ଫିଲ୍ମରେ ଜୋୟା ଭୂମିକାରେ ଅଭିନୟ କରି ତୃପ୍ତି ଡିମରି ସମସ୍ତଙ୍କ ମନରେ ଛାଇ ଯିବା ସହିତ ଅନେକ ଲୋକଙ୍କ ମନ ଜିତିଥିଲେ । ତେବେ ସେହି ଫିଲ୍ମରେ ତାଙ୍କ ଅଭିନୟ ବହୁତ ଭଲ ହୋଇଥିଲା, ଯେଉଁ କାରଣରୁ ସେ ସମସ୍ତଙ୍କ ମନ ଜିତିବାରେ ସଫଳ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ତୃପ୍ତି ଡିମରି ନିଜର ଦମ୍‌ଦାର ଅଭିନୟ ପରଦା ଉପସ୍ଥିତି କରିଥିଲେ, ଯାହା ତାଙ୍କୁ IMDb ଗଣତି ଲିଷ୍ଟରେ ଶୀର୍ଷରେ ପହଞ୍ଚାଇଥିଲା ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତୃପ୍ତି ଡିମରି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାରଙ୍କୁ ପଛରେ ପକାଇଛନ୍ତି । ତେବେ ଏହି ଲିଷ୍ଟରେ ସାହିଦ କପୁର ସାତ ନମ୍ବରରେ ଅଛନ୍ତି ଏବଂ ଭୂମି ପେଡନେକର ୨୩ ନମ୍ବରରେ ଅଛନ୍ତି । ଏହି ପରି ଭାବେ IMDb ବିଶ୍ୱ ସ୍ତରରେ ଲୋକମାନଙ୍କ ବଢୁଥିବା ଲୋକପ୍ରିୟତାକୁ ଆହୁରି ଦୃଢ କରିପାରିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

10 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

12 hours ago