ଭାଲେଣ୍ଟାଇନ୍ ସପ୍ତାହରେ ସାମ୍ନାକୁ ଆସିଲା ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ତାଲିକା, ଶୀର୍ଷରେ ରହିଲେ ତୃପ୍ତି ଡିମରି
ଏହି ସପ୍ତାହରେ ତାଲିକାର ଶୀର୍ଷରେ ଅଛନ୍ତି ତୃପ୍ତି ଡିମରି, ଯିଏ ଆକ୍ସନ୍ ଡ୍ରାମା ଫିଲ୍ମ ‘ଆନିମଲ’ରେ ତାଙ୍କର ଉଲ୍ଲେଖନୀୟ ଅଭିନୟ ଯୋଗୁ ଅନେକ ପ୍ରଶଂସା ପାଇଥିଲେ । ଏହି ଫିଲ୍ମରେ ଜୋୟା ଭୂମିକାରେ ଅଭିନୟ କରି ତୃପ୍ତି ଡିମରି ସମସ୍ତଙ୍କ ମନରେ ଛାଇ ଯିବା ସହିତ ଅନେକ ଲୋକଙ୍କ ମନ ଜିତିଥିଲେ ।
ଆପଣମାନେ ତ ଜାଣିଥିବେ ଯେ ଏହି କିଛି ଦିନ ପୂର୍ବରୁ ଭାଲେଣ୍ଟାଇନ୍ସ ସପ୍ତାହ ସମସ୍ତେ ପାଳନ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ଲୋକପ୍ରିୟ ସେଲିବ୍ରିଟିଙ୍କର ଏକ ଲିଷ୍ଟ ମଧ୍ୟ ସାମ୍ନାକୁ ଆସିଛି । ଏହା ମଧ୍ୟରେ IMDb ର ଏହି ତାଲିକା ସାମ୍ନାକୁ ଆସିଛି । ଯେଉଥିରେ ତୃପ୍ତି ଡିମରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଭାଲେଣ୍ଟାଇନ୍ ସପ୍ତାହରେ IMDb ବିଶ୍ୱର ମାସିକ ୨୦୦ ମିଲିୟନରୁ ଅଧିକ ଭିଜିଟର୍ସ ଦେଖିବାକୁ ମିଳିଥିଲେ । ତେବେ ଏହି ସପ୍ତାହର ୧୦ ଟି ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ଲିଷ୍ଟ ଉନ୍ମୋଚନ କରାଯାଇଥିଲା ।
ସୂଚନା ମୁତାବକ, ଏହି ସପ୍ତାହରେ ତାଲିକାର ଶୀର୍ଷରେ ଅଛନ୍ତି ତୃପ୍ତି ଡିମରି, ଯିଏ ଆକ୍ସନ୍ ଡ୍ରାମା ଫିଲ୍ମ ‘ଆନିମଲ’ରେ ତାଙ୍କର ଉଲ୍ଲେଖନୀୟ ଅଭିନୟ ଯୋଗୁ ଅନେକ ପ୍ରଶଂସା ପାଇଥିଲେ । ଏହି ଫିଲ୍ମରେ ଜୋୟା ଭୂମିକାରେ ଅଭିନୟ କରି ତୃପ୍ତି ଡିମରି ସମସ୍ତଙ୍କ ମନରେ ଛାଇ ଯିବା ସହିତ ଅନେକ ଲୋକଙ୍କ ମନ ଜିତିଥିଲେ । ତେବେ ସେହି ଫିଲ୍ମରେ ତାଙ୍କ ଅଭିନୟ ବହୁତ ଭଲ ହୋଇଥିଲା, ଯେଉଁ କାରଣରୁ ସେ ସମସ୍ତଙ୍କ ମନ ଜିତିବାରେ ସଫଳ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ତୃପ୍ତି ଡିମରି ନିଜର ଦମ୍ଦାର ଅଭିନୟ ପରଦା ଉପସ୍ଥିତି କରିଥିଲେ, ଯାହା ତାଙ୍କୁ IMDb ଗଣତି ଲିଷ୍ଟରେ ଶୀର୍ଷରେ ପହଞ୍ଚାଇଥିଲା ।
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତୃପ୍ତି ଡିମରି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାରଙ୍କୁ ପଛରେ ପକାଇଛନ୍ତି । ତେବେ ଏହି ଲିଷ୍ଟରେ ସାହିଦ କପୁର ସାତ ନମ୍ବରରେ ଅଛନ୍ତି ଏବଂ ଭୂମି ପେଡନେକର ୨୩ ନମ୍ବରରେ ଅଛନ୍ତି । ଏହି ପରି ଭାବେ IMDb ବିଶ୍ୱ ସ୍ତରରେ ଲୋକମାନଙ୍କ ବଢୁଥିବା ଲୋକପ୍ରିୟତାକୁ ଆହୁରି ଦୃଢ କରିପାରିଛି ।