କମଳନାଥ ବିଜେପିରେ ମିଶିବା ନେଇ ଚର୍ଚ୍ଚା ! ପ୍ରତିକ୍ରିୟା ରଖିଲେ କମଳନାଥ

କମଳନାଥ ଏବଂ ତାଙ୍କ ପୁଅ ସାଂସଦ ନକୁଳନାଥ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି । ତେବେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି କମଳନାଥ । କମଳନାଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଏମିତି କିଛି କଥା ଥାଏ, ତେବେ ମୁଁ ଜଣାଇବି ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ତାଙ୍କ ପୁଅ ସାଂସଦ ନକୁଳନାଥ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର ଧରିଛି । ଯେଉଁଥିପାଇଁ ବଢୁଛି କଂଗ୍ରେସର ଅଡୁଆ । ଦଳର ଜଣକ ପରେ ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ି ବିଜେପି ମୁହାଁ । ମହାରାଷ୍ଟ୍ର ପରେ ମଧ୍ୟପ୍ରଦେଶରେ ଏବେ ବଢିଛି ସଙ୍କଟ । କମଳ ଧରିପାରନ୍ତି ବରିଷ୍ଠ ନେତା କମଳନାଥ । ତାଙ୍କ ପୁଅ ତଥା ଚିନ୍ଦୱାଡା ସାଂସଦ ନକୁଳନାଥ ମଧ୍ୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିଛି ସମୟ ତଳେ କମଳନାଥ ଓ ତାଙ୍କ ପୁଅ ନୂଆଦିଲ୍ଲୀ ପହଞ୍ଚିଛନ୍ତି ।

ତେବେ ଚାଲିଥିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି କମଳନାଥ । କମଳନାଥ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଏମିତି କିଛି କଥା ଥାଏ, ତେବେ ମୁଁ ଜଣାଇବି ।

ସୂଚନାଯୋଗ୍ୟ, ବିଜେପି ମୁଖପାତ୍ର ତଥା କମଳନାଥଙ୍କ ପୂର୍ବତନ ଗଣମାଧ୍ୟମ ଉପଦେଷ୍ଟା ନରେନ୍ଦ୍ର ସାଲୁଜା ବାପପୁଅଙ୍କ ଫଟୋରେ ଜୟଶ୍ରୀ ରାମ କ୍ୟାପସନ ଦେଇ ପୋଷ୍ଟ କରିବା ପରେ କଂଗ୍ରେସ ଛାଡ଼ିବା ଚର୍ଚ୍ଚା ଜୋର ଧରିଛି । କେବଳ କମଳ ନୁହେଁ ବରଂ ତାଙ୍କ ସହିତ ୧୦ରୁ ୧୨ ବିଧାୟକ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏହା ସହ ନକୁଳନାଥ ମଧ୍ୟ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛନ୍ତି । ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏହାକୁ ଖଣ୍ଡନ କରିଛନ୍ତି ।

ଫେବୃଆରୀ ୧୨ତାରିଖରେ ମହାରାଷ୍ଟ୍ରର ବରିଷ୍ଠ ନେତା ଅଶୋକ ଚୌହ୍ଵାନ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.