ମନୋରଂଜନ

ଡ୍ୟାନ୍ସ ଦିୱାନେ ଜୁନିୟର୍ସର ୱିନର ହେଲେ ଆଦିତ୍ୟ ପାଟିଲ୍‌, ଟ୍ରଫି ସହ ହାତେଇଲେ ଏତିକି ଲକ୍ଷ ଟଙ୍କା

ଗତ ୩ ମାସ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସୋ ‘ଡ୍ୟାନ୍ସ ଦିୱାନେ ଜୁନିୟର୍ସ’ ଶେଷରେ ଏହାର ପ୍ରଥମ ସିଜିନର ବିଜେତାର ନାମ ଘୋଷଣା କରିଛି। ଗତକାଲି ଅର୍ଥାତ୍‌ ରବିବାର ଏହି ଶୋ’ର ଫାଇନାଲ୍‌ ରାଉଣ୍ଡ ଥିଲା । ଏଥିରେ ୮ ବର୍ଷୀୟ ଆଦିତ୍ୟ ପାଟିଲ ଶୋ’ର ପ୍ରଥମ ସିଜିନର ବିଜେତା ହୋଇଛନ୍ତି। ପ୍ରାୟ ତିନି ମାସ ଧରି ଚାଲିଥିବା ଏହି ଶୋ’ର ଗ୍ରାଣ୍ଡ ଫାଇନାଲରେ ନିର୍ମାତା ଆଦିତ୍ୟଙ୍କୁ ବିଜେତା ଭାବେ ଘୋଷଣା କରିଥିଲେ।

ଏହି ସିଜିନ୍ ର ବିଜେତା ଆଦିତ୍ୟ ପାଟିଲଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଛି। ପ୍ରତୀକ ଉତ୍କଳ ଆଦିତ୍ୟ ପାଟିଲଙ୍କ କୋରିଓଗ୍ରାଫ୍ ଥିଲେ। ଉଲ୍ଲେଖଥାଉ କି, ଏହି ଡ୍ୟାନ୍ସ ରିୟଲିଟି ଶୋ ଜିତିବାର ଯାତ୍ରା ଆଦିତ୍ୟଙ୍କ ପାଇଁ ସହଜ ନଥିଲା, କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ସେ ଏତେ କମ୍ ବୟସରେ ଏତେ ବଡ଼ ଟ୍ରଫି ଅର୍ଜନ କରିଛନ୍ତି। କଲର୍ସର ସର୍ବାଧିକ ଦେଖାଯାଇଥିବା ଶୋ ‘ଡ୍ୟାନ୍ସ ଦିୱାନେ ଜୁନିଅର୍ସ’ର ଶେଷ ରାତି ବହୁତ ମଜାଦାର ଥିଲା।

୧୩ ସପ୍ତାହ ଧରି କଠିନ ପରିଶ୍ରମ କରି ଅନେକ ପ୍ରତିଯୋଗୀଙ୍କୁ ଟକ୍କର ଦେଇଥିଲେ ଆଦିତ୍ୟ । ପୁରସ୍କାର ସ୍ୱରୂପ ଆଦିତ୍ୟ ପାଟିଲ ଟ୍ରଫି ଏବଂ ୨୦ ଲକ୍ଷ ଟଙ୍କାର ଚେକ୍ ପାଇଛନ୍ତି। ଜଜ୍ ନୀଟୁ କପୁର ଏବଂ ମାର୍ଜି ପେଷ୍ଟୋନଜୀ ପୁରସ୍କାର ରାଶି ଆଦିତ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଆମୀର ଖାନ ହସ୍ତାନ୍ତର କରିଥିଲେ। ଏହି ଶୋ’ ରେ ଅମୀର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଢା’ର ପ୍ରମୋସନ ପାଇଁ ଏଠାକୁ ଆସିଥିଲେ।

ୱିନର ହେବା ପରେ ଆଦିତ୍ୟ କହିଥିଲେ କି, “ମୁଁ କେବେ ଭାବି ନଥିଲି ଯେ ମୁଁ ଏହି ଶୋ’ର ବିଜେତା ହେବି ବୋଲି, ତାଙ୍କ ବିଜୟକୁ ତାଙ୍କ ଜେଜେବାପାଙ୍କୁ ଶ୍ରେୟ ଦେଇଛନ୍ତି। ଏହା ମଧ୍ୟ କହିଥିଲେ ଜିତିବା ମୋର ଜେଜେବାପାଙ୍କର ସ୍ୱପ୍ନ ଥିଲା ଏବଂ ମୁଁ ବହୁତ ଖୁସି ଯେ ମୁଁ ତାଙ୍କ ସ୍ୱପ୍ନକୁ ପୂରଣ କରି ପାରିଛି। ଡ୍ୟାନ୍ସ ଦିୱାନେ ଜୁନିଅର୍ସର ମୋ ପାଇଁ ଅତ୍ୟନ୍ତ ସ୍ମରଣୀୟ ହେବ। କାହିଁକି ନା ଏହା ମୋତେ ନୂଆ ଶିକ୍ଷା ଦେଇଛି। ” ମୁଁ ମୋର ପରିବାର, ବନ୍ଧୁ, ଜଜ୍‌ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସେମାନେ ମୋ ଆତ୍ମବିଶ୍ୱାସକୁ ବଢାଇବା ସହ ଦେଇଛି ପ୍ରେରଣା ଦେଇଥିଲେ। ମୁଁ କେବଳ ନିଜ ପାଇଁ ନୁହେଁ ବରଂ ମୋର ପିତାମାତା ଏବଂ ଜେଜେବାପାଙ୍କ ପାଇଁ ଏହି ଟାଇଟଲ୍ ଜିତିବାକୁ ଚାହୁଁଥିଲି। ”

 

Barsha

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago