Categories: ମନୋରଂଜନ

ମି ଠୁ : କୋଷ୍ଟାର ମୋହିତ ଏମିତି କଣ କଲେ ଯେ ତାଙ୍କ ବିରୋଧରେ ଟିଭି ଅଭିନେତ୍ରୀ ଟିନା ଦତ୍ତା ଆଣିଲେ ଗୁରୁତର ଅଭିଯୋଗ, ପଢନ୍ତୁ

ଟେଲିଭିଜନ୍‌ର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତା । ଟିନା ନିଜ କୋଷ୍ଟାର୍‌ଙ୍କ ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ । ‘ଉତ୍ତରନ୍‌’ ଧାରାବାହିକରେ ଚମତ୍କାର ଅଭିନୟ ପାଇଁ ଘରେ ଘରେ ପରିଚିତ ହୋଇଥିବା ଏହି ସୁନ୍ଦରୀ ଅଭିନେତ୍ରୀ କହିଛନ୍ତି ତାଙ୍କୁ ତାଙ୍କ କୋଷ୍ଟାର୍‌ ମୋହିତ ମାଲହୋତ୍ରା ହଇରାଣ କରୁଛନ୍ତି । ‘ଡାୟନ୍‌’ ଧାରାବାହିକରେ ଦୁହେଁ ଅଭିନୟ କରୁଛନ୍ତି । ତେବେ ଇଣ୍ଟିମେଟ୍‌ ଦୃଶ୍ୟ ବେଳେ ମୋହିତ ତାଙ୍କର ଶରୀରକୁ ଜାଣିଶୁଣି ଛୁଉଁଥିବା ସେ କହିଛନ୍ତି । ଏମିତିକି ଏ ନେଇ ତାଙ୍କୁ ସେ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ମୋହିତ ତାଙ୍କର ଏହି ଗଲତିକୁ ଦୋହରାଇ ଚାଲିଛନ୍ତି । ଟିନାଙ୍କ ଅଭିଯୋଗ ସହ ସ୍ୱର ମିଳାଛନ୍ତି ଧାରାବାହିକ ପ୍ରଡକସନ୍‌ ଟିମ୍‌ ।

ଏହି ଧାରାବାହିକର ପ୍ରଯୋଜକ ହେଉଛନ୍ତି ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମସ୍‌ । ଟିନା କହିଛନ୍ତି, ମୁଁ ଏତେ ଦିନ ଧରି ତାଙ୍କ ସହିତ କାମ କରିଛି ଯେ ଏହି ପ୍ରଡକସନ୍‌ ହାଉସ୍‌ ମୋ ପରିବାର ଭଳି । ତେଣୁ ଏହି ସମସ୍ୟାର ସେମାନେ ଠିକଣା ଭାବେ ସମାଧାନ କରିବେ ।
ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ମୋହିତ କହିଛନ୍ତି ମୁଁ ଓ ଟିନା ଭଲ ବନ୍ଧୁ । ତେଣୁ ଆମ ଭିତରେ କୌଣସି ସମସ୍ୟା ନାହିଁ । ତେବେ ଟିନାଙ୍କ ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ହେବାରୁ ମୋହିତ କହିଛନ୍ତି, ଧରାବାହିକରେ ଅଧିକ ଇଣ୍ଟିମେଣ୍ଟ ସିନ୍‌ ହିଁ ନାହିଁ ।
ଘଟଣାକୁ ନେଇ କିଏ ସତ କହୁଛି ଏବେ ତାକୁ ନେଇ ଚର୍ଚ୍ଚା । ଦୁଇ ବର୍ଷ ତଳେ ଏକ ବିମାନରେ ଟିନା ଅସୌଜନ୍ୟ ବ୍ୟବହାରର ଶିକାର ହୋଇଥିଲେ । ଯାହାକୁ ନେଇ ବେଶ୍‌ ତମ୍ବିତୋଫାନ୍‌ ହୋଇଥିଲା ।

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago