ମି ଠୁ : କୋଷ୍ଟାର ମୋହିତ ଏମିତି କଣ କଲେ ଯେ ତାଙ୍କ ବିରୋଧରେ ଟିଭି ଅଭିନେତ୍ରୀ ଟିନା ଦତ୍ତା ଆଣିଲେ ଗୁରୁତର ଅଭିଯୋଗ, ପଢନ୍ତୁ

ଟେଲିଭିଜନ୍ର ଲୋକପ୍ରିୟ ଅଭିନେତ୍ରୀ ଟିନା ଦତ୍ତା । ଟିନା ନିଜ କୋଷ୍ଟାର୍ଙ୍କ ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ । ‘ଉତ୍ତରନ୍’ ଧାରାବାହିକରେ ଚମତ୍କାର ଅଭିନୟ ପାଇଁ ଘରେ ଘରେ ପରିଚିତ ହୋଇଥିବା ଏହି ସୁନ୍ଦରୀ ଅଭିନେତ୍ରୀ କହିଛନ୍ତି ତାଙ୍କୁ ତାଙ୍କ କୋଷ୍ଟାର୍ ମୋହିତ ମାଲହୋତ୍ରା ହଇରାଣ କରୁଛନ୍ତି । ‘ଡାୟନ୍’ ଧାରାବାହିକରେ ଦୁହେଁ ଅଭିନୟ କରୁଛନ୍ତି । ତେବେ ଇଣ୍ଟିମେଟ୍ ଦୃଶ୍ୟ ବେଳେ ମୋହିତ ତାଙ୍କର ଶରୀରକୁ ଜାଣିଶୁଣି ଛୁଉଁଥିବା ସେ କହିଛନ୍ତି । ଏମିତିକି ଏ ନେଇ ତାଙ୍କୁ ସେ ଚେତାବନୀ ମଧ୍ୟ ଦେଇଥିଲେ । ହେଲେ ମୋହିତ ତାଙ୍କର ଏହି ଗଲତିକୁ ଦୋହରାଇ ଚାଲିଛନ୍ତି । ଟିନାଙ୍କ ଅଭିଯୋଗ ସହ ସ୍ୱର ମିଳାଛନ୍ତି ଧାରାବାହିକ ପ୍ରଡକସନ୍ ଟିମ୍ ।
ଏହି ଧାରାବାହିକର ପ୍ରଯୋଜକ ହେଉଛନ୍ତି ଏକତା କପୁରଙ୍କ ବାଲାଜୀ ଟେଲି ଫିଲ୍ମସ୍ । ଟିନା କହିଛନ୍ତି, ମୁଁ ଏତେ ଦିନ ଧରି ତାଙ୍କ ସହିତ କାମ କରିଛି ଯେ ଏହି ପ୍ରଡକସନ୍ ହାଉସ୍ ମୋ ପରିବାର ଭଳି । ତେଣୁ ଏହି ସମସ୍ୟାର ସେମାନେ ଠିକଣା ଭାବେ ସମାଧାନ କରିବେ ।
ଅନ୍ୟପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ମୋହିତ କହିଛନ୍ତି ମୁଁ ଓ ଟିନା ଭଲ ବନ୍ଧୁ । ତେଣୁ ଆମ ଭିତରେ କୌଣସି ସମସ୍ୟା ନାହିଁ । ତେବେ ଟିନାଙ୍କ ଅଭିଯୋଗ ସମ୍ପର୍କରେ ପ୍ରଶ୍ନ ହେବାରୁ ମୋହିତ କହିଛନ୍ତି, ଧରାବାହିକରେ ଅଧିକ ଇଣ୍ଟିମେଣ୍ଟ ସିନ୍ ହିଁ ନାହିଁ ।
ଘଟଣାକୁ ନେଇ କିଏ ସତ କହୁଛି ଏବେ ତାକୁ ନେଇ ଚର୍ଚ୍ଚା । ଦୁଇ ବର୍ଷ ତଳେ ଏକ ବିମାନରେ ଟିନା ଅସୌଜନ୍ୟ ବ୍ୟବହାରର ଶିକାର ହୋଇଥିଲେ । ଯାହାକୁ ନେଇ ବେଶ୍ ତମ୍ବିତୋଫାନ୍ ହୋଇଥିଲା ।