ଝିଅ ବିବାହ ବେଳେ ଉପହାର ଦେବ ରାଜ୍ୟ କଂଗ୍ରେସ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶାରେ କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କୁ ଦେବ ବିବାହ ଗିଫ୍ଟ। ଝିଅ ବିବାହ ବେଳେ ଉପହାର ବ୍ୟବସ୍ଥା କରିବ କଂଗ୍ରେସ। ଆଗାମୀ ନିର୍ବାଚନ ଇସ୍ତାହାରରେ ଏଭଳି ପ୍ରସ୍ତାବ ନେଇ ବିଚାରବିମର୍ଶ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଝିଅ ବିବାହ ବେଳେ ଲୋକଙ୍କୁ ଆର୍ଥିକ ସହୟତା କିମ୍ବା ଅନ୍ୟ କୌଣସି ଉପହାର ଦେବାକୁ ଯୋଜନା ରହିଛି। ସେହିପରି ମହିଳାଙ୍କ ଶିକ୍ଷା, ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦଳ ଗୁରୁତ୍ୱ ଦେଉଥିବା ନିରଞ୍ଜନ କହିଛନ୍ତି। ପୂର୍ବରୁ କଂଗ୍ରେସ କୃଷି ଋଣ ଛାଡ଼, ଧାନ ଏମଏସପିକୁ ୨୬ଶହ ଟଙ୍କା ବୃଦ୍ଧି ସହ ଚାଷୀଙ୍କୁ ସୋଲାର୍‌ ପମ୍ପ ଦେବ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.