ଆଇପିଏଲରେ ହାଇଦ୍ରାବାଦର ଜଲୱା, ଦିଲ୍ଲୀକୁ ୬୭ ରନରେ କଲା ପରାସ୍ତ
ଆଇପିଏଲରେ ହାଇଦ୍ରାବାଦର ଜଲୱା । ଦିଲ୍ଲୀକୁ ୬୭ ରନରେ ପରାସ୍ତ କରି ବାଜି ମାରିଛି SRH । ୨୬୭ ରନ ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଦଶମିକ ୧ ଓଭରରେ ୧୯୯ ରନ କରି ଅଲଆଉଟ ହୋଇଥିଲା ।

(କେନ୍ୟୁଜ): ଆଇପିଏଲରେ ହାଇଦ୍ରାବାଦର ଜଲୱା । ଦିଲ୍ଲୀକୁ ୬୭ ରନରେ ପରାସ୍ତ କରି ବାଜି ମାରିଛି SRH । ୨୬୭ ରନ ଟାର୍ଗେଟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଦଶମିକ ୧ ଓଭରରେ ୧୯୯ ରନ କରି ଅଲଆଉଟ ହୋଇଥିଲା । ଦଳ ପକ୍ଷରୁ ଜ୍ୟାକ ଫ୍ରେଜର ମ୍ୟାଗର୍କ ୬୫ ରନ କରିଥିବା ବେଳେ ଅଭିଷେକ ପୋରେଲ ୪୨ ଓ ରିଷଭ ପନ୍ତ ୪୪ ରନର ପାଳି ଖେଳିଥିଲେ । ହାଇଦ୍ରାବାଦ ପକ୍ଷରୁ ଟି. ନଟରାଜନ ୪ ୱିକେଟ ନେଇଥିଲେ । ପୂର୍ବରୁ ୭ ୱକେଟ ହରାଇ ୨୬୬ ରନର ବିଶାଳ ସ୍କୋର କରିଥିଲା ଟିମ ହାଇଦ୍ରାବାଦ । ଟ୍ରାଭିସ ହେଡ ୮୯, ଶାହାବାଜ ଅହମ୍ମଦ ଅପରାଜିତ ୫୫, ଅଭିଷେକ ଶର୍ମା ୪୬ ଓ ନୀତୀଶ ରେଡ୍ଡୀ ୩୭ ରନ କରିଥିଲେ । ପାୱାର ପ୍ଲେ ୬ ଓଭରରେ କରିଥିଲା ୧୨୫ ରନ । ଦିଲ୍ଲୀ ୮ଟି ମ୍ୟାଚରୁ ୫ଟିରେ ପରାସ୍ତ ହୋଇଥିବା ବେଳେ ହାଇଦ୍ରାବାଦ ଟିମ ୭ ମ୍ୟାଚରୁ ୫ଟିରେ ବାଜି ମାରି ଦ୍ବିତୀୟ ସ୍ଥାନକୁ ଉଠିଛି ।