ଶିମିଳିପାଳର ୩୦ଟି ପଏଣ୍ଟରେ ନିଆଁ, ନାକେଦମ ହେଲାଣି ବନ ବିଭାଗ
ଶିମିଳିପାଳର ୩୦ଟି ପଏଣ୍ଟରେ ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ମାଡ଼ି ଚାଲିଛି ନିଆଁ। ଉତ୍ତରଶିମିଳିପାଳର କେନ୍ଦୁମୁଣ୍ଡି, ଗୁଡ଼ଗୁଡ଼ିଆ ଓ ତାଳବନ୍ଦ ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ବ୍ୟାପିବାରେ ଲାଗିଛି। ଫଳରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଏବେ ବିପଦରେ ପଡିଛନ୍ତି।

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳର ୩୦ଟି ପଏଣ୍ଟରେ ନିଆଁ । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ମାଡ଼ି ଚାଲିଛି ନିଆଁ । ଉତ୍ତରଶିମିଳିପାଳର କେନ୍ଦୁମୁଣ୍ଡି, ଗୁଡ଼ଗୁଡ଼ିଆ ଓ ତାଳବନ୍ଦ ରେଞ୍ଜର ବିଭିନ୍ନ ସ୍ଥାନରେ ନିଆଁ ବ୍ୟାପିବାରେ ଲାଗିଛି। ଫଳରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଏବେ ବିପଦରେ ପଡିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ ଚେଷ୍ଟା କରୁଥିଲେବି ନିଆଁ ଏବେ ଯାଏ ଆୟତ୍ତ ହୋଇପାରିନାହିଁ । ନିଆଁ ଲିଭେଇବା ପାଇଁ ପ୍ରାୟ ୩୦୦ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଅଭୟାରଣ୍ୟରେ ଥରେ ନିଆଁ ଲାଗିଲେ ନିଆଁ ଲିଭେଇବା ବହୁତ କଷ୍ଟ ହେଇଥାଏ । ଏହାକୁ ଆଖି ଆଗରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ବ୍ୟାବକ ବ୍ୟବସ୍ଥା କରିଛନ୍ତି । ଅଭୟାରଣ୍ୟରେ ୨୮୪ ଟି ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତବର୍ଷ ୧୦୫୬ଟି ପଏଣ୍ଟରେ ନିଆଁ ଲାଗିଥିଲା ।