ରେକର୍ଡ ଭାଙ୍ଗୁଛି ତାତି, ଆଜି ୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ଯାଏ ତାତିରୁ ନାହିଁ ନିସ୍ତାର । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ବଢିଛି ତାପମାତ୍ରା । ଗ୍ରୀଷ୍ମପ୍ରବାହ ପାଇଁ ଆଜି ୩ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

ଭୁବନେଶ୍ୱର (କେନ୍ୟୁଜ): ରେକର୍ଡ ଭାଙ୍ଗୁଛି ତାତି । ଅସହ୍ୟ ତାତିରେ ସିଝୁଛି ଓଡ଼ିଶା ।  ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ୪୫ ଡିଗ୍ରୀ ପାର କଲା ଚଳିତ ବର୍ଷର ତାପମାତ୍ରା । ବୌଦ୍ଧ ଓ ବାରିପଦାର ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି । ୪୩ ଡିଗ୍ରୀ ଉପରେ ରହିଛି ୧୩ ସହରର ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ଯାଏ ତାତିରୁ ନାହିଁ ନିସ୍ତାର । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ବଢିଛି ତାପମାତ୍ରା । ଗ୍ରୀଷ୍ମପ୍ରବାହ ପାଇଁ ଆଜି ୩ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଗ୍ରୀଷ୍ମପ୍ରବାହ ନେଇ ୯ଟି ଜିଲ୍ଲା ଏବଂ ଉଷ୍ମ ଓ ଆଦ୍ର ପାଣିପାଗ ନେଇ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୪ ଘଣ୍ଟା ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଦିନର ତାପମାତ୍ରା ଧୀରେ ଧୀରେ ୨ରୁ ୩ଡିଗ୍ରୀ କମିବାର ସମ୍ଭାବନା ରହିଛି ।

ଉପଗ୍ରହରୁ ଜଳୀୟବାଷ୍ପ ସଂପର୍କିତ ଚିତ୍ରରୁ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଞ୍ଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେ ଧୀରେ ଜଳୀୟ ବାଷ୍ପର ମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି। ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓ ଉତ୍ତପ୍ତ ବାୟୁମଣ୍ଡଳ ପରସ୍ପର ସହ ପ୍ରତିକ୍ରିୟା ହେତୁ ଆଜି ଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ୨୫ ତାରିଖରୁ ପୁଣି ବଢିବ ତାତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.