୨୦୨୨ ଏସୀୟ କ୍ରୀଡ଼ାରେ ସାମିଲ ହେଲା କ୍ରିକେଟ୍‌, ଉଭୟ ପୁରୁଷ ଓ ମହିଳା ଟି-୨୦ ଖେଳାଯିବ

ନୂଆଦିଲ୍ଲୀ : ବହୁ ତର୍କ ବିତର୍କ ପରେ ଏସୀୟ କ୍ରୀଡ଼ାରେ କ୍ରିକେଟ୍‌କୁ ପୁଣି ସାମିଲ କରାଯାଇଛି । ୨୦୨୨ରେ ଚୀନ୍‌ର ହାଙ୍ଗଝୁରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଟି-୨୦ କ୍ରିକେଟ୍‌ ଦେଖିବାକୁ ମିଳିବ । ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ସାମିଲ ହେବେ । ଏହି ସୂଚନା ଦେଇଛନ୍ତି ଭାରତୀୟ ଅଲିମ୍ପିକ୍‌ ସଂଘର ମହାସଚିବ ରାଜୀବ ମେହେତା । ଏସୀୟ ଅଲିମ୍ପିକ୍‌ ପରିଷଦ ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି ।
ତେବେ ଭାରତୀୟ କ୍ରିକେଟ୍‌ ଦଳ ଏଥିରେ ଭାଗ ନେବ କି ନାହିଁ ସେ ସମ୍ପର୍କରେ ବିସିସିଆଇ ନିଷ୍ପତ୍ତି ନେବ । ଏ ନେଇ ଭାରତୀୟ ଅଲିମ୍ପିକ୍‌ ସଂଘ ବିସିସିଆଇକୁ ଚିଠି ଲେଖିବ । ପୂର୍ବରୁ ୨୦୧୦ ଓ ୨୦୧୪ରେ ଏସୀୟ କ୍ରୀଡ଼ାରେ କ୍ରିକେଟ୍‌ ସାମିଲ ହୋଇଥିଲା । ତେବେ ଦୁଇଥର ଯାକ ଭାରତୀୟ ଦଳ ଏଥିରେ ଭାଗ ନେଇନଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.