Below header

ଗଜପତି : ଜୀବନ ବଦଳାଇ ଦେଲା ମିଶନ ଶକ୍ତି

ଗଜପତି : ଜୀବନ ବଦଳାଇ ଦେଲା ମିଶନ ଶକ୍ତି । ଦିନେ ଦୁର୍ଗମ ଅଞ୍ଚଳରେ ରହି ଜଙ୍ଗଲକୁ ଜୀବିକା କରି ଚଳୁଥିବା ଲୋକେ ଆଜି ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଆମେ କହୁଛୁ ଗଜପତି ଜିଲ୍ଲା ରାୟଗଡା ବ୍ଳକ ଅନ୍ତର୍ଗତ ଆର୍ସିଲିଙ୍ଗି ଗାଁର ସ୍ୱୟଂ ସହାୟିକା ଗୋଷ୍ଠୀ କଥା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଏମାନଙ୍କ ଜୀବିକା ଆଉ ଜୀବନ ଶୈଳୀ ବଦଳାଇ ଦେଇଛି । ମିଶନ ଶକ୍ତି ଦ୍ୱାରା ଏଠାରେ ୩ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଗୋଟିଏ ମହାସଂଘ ଗଠିତ ହୋଇଛି । ଏଥିରେ ଥିବା ୩୩ଜଣ ମହିଳା ତିଆରି କରୁଛନ୍ତି ସୁବାସିତ ସାବୁନ । ଏହାକୁ ବିଭିନ୍ନ ହାଟ, ବଜାର ଓ ଆଶ୍ରମ ସ୍କୁଲରେ ବିକ୍ରି କରୁଛନ୍ତି ।

ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ତିଆରି କରୁଥିବା ସାବୁନରେ ଟୋଲ, ନଡିଆ ତେଲ, ଚିନି, ଲୁଣ, ଡିଷ୍ଟିଲ ଓ୍ଵାଟର ସହ ଅଳ୍ପ ପରିମାଣର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ । ଯାହାକି ଶରୀର ପାଇଁ ହାନିକାରକ ନୁହେଁ । ସାବୁନ ତିଆରି କରି ସ୍ୱାବଲମ୍ବୀ ତ ହୋଇ ପାରିଛନ୍ତି । ହେଲେ ସାବୁନ ତିଆରି ପରେ ତାକୁ ଶୁଖାଇବାରେ ସମସ୍ୟା ଏବଂ ପ୍ରୋତ୍ସାହନର ଅଭାବ ରହିଛି । ଏ ଦିଗରେ କିଛି ବ୍ୟବସ୍ଥା କରିବାକୁ ମହାସଂଘ ପକ୍ଷରୁ ଦାବି ହୋଇଛି । ତେବେ ଏଥିପାଇଁ ବୈଷୟିକ ସହାୟତା ସହ ଏସଏଚଜି ସାମଗ୍ରୀ ବିକ୍ରି ଦୋକାନ ଗୁଡିକରେ ଏହି ସାବୁନ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ପିଡି ଡିଆରଡିଏ କହିଛନ୍ତି ।

ମିଶନ ଶକ୍ତି ସହାୟତାରେ ମହାସଂଘ ଗଢି ସ୍ୱାବଲମ୍ବୀ ହୋଇ ପାରିଥିବା ଏହି ମହିଳାମାନେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.