ପାକିସ୍ତାନକୁ ଇରାନ୍ର ଚେତାବନୀ : ଆମ ଧୈର୍ଯ୍ୟର ପରୀକ୍ଷା କର ନାହିଁ, ନଚେତ ଆମେ ବି ଏୟାର ଷ୍ଟ୍ରାଇକ୍ କରିବୁ

ନୂଆଦିଲ୍ଲୀ : ଭାରତ ପରେ ପାକିସ୍ତାନକୁ ଇରାନ୍ର ଚେତାବନୀ । ଆତାଙ୍କବାଦୀଙ୍କୁ ସଫା କର ନହେଲେ ଆମେ ଏୟାର ଷ୍ଟ୍ରାଇକ୍ କରିବୁ । ଏଭଳି ଧମକ ଦେଇଛି ଇରାନ୍ । ଆତଙ୍କବାଦୀଙ୍କ ମୁକାବିଲା କରିବାରେ ପାକିସ୍ତାନ ସକ୍ଷମ ହେଉନାହିଁ । ହେଲେ ସେମାନଙ୍କୁ ମାଟିରେ ମିଶାଇବାକୁ ଇରାନ୍ ସେନା ସକ୍ଷମ ବୋଲି ଦେଶ ପକ୍ଷରୁ କୁହଯାଇଛି । ସୂଚନା ଅନୁଯାୟୀ, ଆଇଆରଜିସି କୁର୍ଦ ସେନାର ମୁଖ୍ୟ ଜେନେରାଲ କାସିମ ସୋଲେମାନି ପାକିସ୍ତାନ ସରକାର ଓ ଏହାର ସେନାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମୁଁ ପାକ୍ ସରକାରଙ୍କୁ ପଚାରୁଛି ଯେ ତୁମର ସବୁ ପଡ଼ୋଶୀ ରାଜ୍ୟର ସୀମାରେ ଆତଙ୍କବାଦୀମାନେ ଅଶାନ୍ତି ସୃଷ୍ଟି କରିଛନ୍ତି ।
ତୁମ ପାଖରେ ପରମାଣୁ ବୋମା ମହଜୁଦ ଅଛି ହେଲେ ତୁମେ ଆତଙ୍କବାଦୀଙ୍କୁ ନିପାତ କରି ପାରୁ ନାହଁ । ସେମାନେ ହଜାର ହଜାର ସଂଖ୍ୟରେ ବଢ଼ି ଚାଲିଛନ୍ତି । କାସିମ ଆହୁରି କହିଛନ୍ତି ଯେ ପାକିସ୍ତାନ ଆଉ ଇରାନ୍ର ଧୈର୍ଯ୍ୟ ପରୀକ୍ଷା ନକରୁ । ନଚେତ ଆମେ ସେମାନଙ୍କୁ ସଫା କରି ଦେବୁ । ସୂଚନା ଥାଉକି, ଗତ ଫେବ୍ରୁଆରୀ ୧୩ ତାରିଖରେ ଇରାନ୍-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଇରାନୀ ରିଭୋଲ୍ୟୁସନ୍ ଗାର୍ଡ଼ର ୨୭ ଜଣ ସୁରକ୍ଷା କର୍ମୀ ନିହତ ହୋଇଥିଲେ ।
ଗତ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ଵାମାରେ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ଘଟାଇ ୪୦ ଜଣ ଭାରତୀୟ ଯବାନ୍ଙ୍କୁ ମୃତ୍ୟୁମୁଖକୁ ଠେଲି ଦେବା ପରେ ୨୬ ତାରିଖରେ ତାର ପ୍ରତିଶୋଧ ନେଇଥିଲା ଭାରତ । ଏହାର ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ୨୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରିଥିଲ ।