ବିଜେପିରେ ଯୋଗ ଦେଲେ ବୈଜୟନ୍ତ

ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।  ବିଜେଡିରୁ ଇସ୍ତଫା ଦେବା ପରେ ସେ କେଉଁ ଦଳରେ ସାମିଲ ହେବେ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ଦୁଇ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ବିଜେପି ବିଧାୟକ ଦଳ ନେତା ଓ ରାଜ୍ୟ ବିଜେପି ପ୍ରଭାରୀଙ୍କ ଉପସ୍ଥିତିରେ ବୈଜୟନ୍ତ ବିଜେପିରେ ଯୋଗ ଦେଲେ।

୨୦୧୮ ମେ ୧୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ । ବିଜେଡିରୁ ଇସ୍ତଫା ଦେବା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ନେଇ ୨୦୧୮ ଜାନୁଆରି ୨୪ରେ ବିଜେଡି ତାଙ୍କୁ ନିଲମ୍ବନ କରିଥିଲା । ବିଜେଡି କହିଛି କିଏ କେଉଁ ଦଳକୁ ଯିବ ତାହା ବ୍ୟକ୍ତିଗତ ନିଷ୍ପତ୍ତି। ଭବିଷ୍ୟତ କହିବ, ପଦକ୍ଷେପ କେତେ ଯଥାର୍ଥ।

୨୦୦୦ରୁ ୨୦୦୬ ଓ ୨୦୦୬ରୁ ୦୯ ଯାଏ ସେ ବିଜେଡିରୁ ରାଜ୍ୟସଭା ସାଂସଦ ଥିଲେ। ୨୦୦୯ ଓ ୨୦୧୪ରେ କେନ୍ଦ୍ରାପଡ଼ାର ଲୋକସଭା ଆସନ ଜିତିଥିଲେ। ଏବେ ପଦ୍ମ ଉପରେ ଠିଆ ହୋଇଛନ୍ତି ।

Leave A Reply

Your email address will not be published.