ମନୋରଂଜନ

‘ଛୋଟା ପଣ୍ଡିତ’ ହେବା ଉର୍ଫିଙ୍କୁ ପଡିଲା ମହଙ୍ଗା, ମିଳିଲା ଜୀବନରୁ ମାରିଦେବାକୁ ଧମକ

ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ନିଜ ଷ୍ଟାଇଲ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅତରଙ୍ଗୀ ଷ୍ଟାଇଲ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ଫିଙ୍କୁ ହତ୍ୟା ଧମକ ମିଳିଛି । ଏଥର ଉର୍ଫି ଫିଲ୍ମ ଭୁଲ ଭୁଲୈୟା’ର ଛୋଟା ପଣ୍ଡିତ ଲୁକ୍‌କୁ କପି କରି ଚର୍ଚ୍ଚାରେ ରହିଥିଲେ । ଆଉ ଏହି ଲୁକ୍‌ ଉର୍ଫିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜୀବନ ପ୍ରତି ବିପଦ ଥିବା ନେଇ ଉର୍ଫି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ନିକଟରେ ଉର୍ଫି ଭୁଲ ଭୁଲୈୟାର ଛୋଟା ପଣ୍ଡିତ୍‌ ଲୁକ୍‌କୁ ଆପଣାଇଥିଲେ । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା । ଏହି ଲୁକ୍‌ ହାଲୋଓ୍ଵିନ ପାର୍ଟି ପାଇଁ ଉର୍ଫି ଆପଣାଇଥିଲେ । ଆଉ ଏହା ପରେ ଉର୍ଫିଙ୍କୁ ଜୀବନରୁ ମାରିଦେବାକୁ ଧମକ ମେଲ୍‌ ଜରିଆରେ ମିଳିଛି ।

ଉର୍ଫି ନିଜର ଲୁକ୍‌ ଏବଂ ମେଲ୍‌ ଫଟୋ ସେୟାର କରି ଲେଖିଛନ୍ତି, ମୁଁ ଏହି ଦେଶକୁ ନେଇ ଆଶ୍ଚର୍ଯ୍ୟ ଏବଂ ସ୍ତବ୍ଧ । ମୁଁ ଗୋଟିଏ ଫିଲ୍ମର ଚରିତ୍ରକୁ ଆଉ ଥରେ ସାମ୍ନାକୁ ଆଣିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ମିଳିଛି । କିନ୍ତୁ ଫିଲ୍ମରେ ଏହି ଚରିତ୍ର ପାଇଁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନଥିଲା ।

ଜଣେ ବ୍ୟକ୍ତି ଉର୍ଫିଙ୍କୁ ମେଲ୍‌ କରି ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଧମକ ଦେଇଥିବା ବ୍ୟକ୍ତି ଜଣକ ଲେଖିଛନ୍ତି, ତୁମେ ଯେଉଁ ଭିଡିଓ ଅପଲୋଡ କରିଛି, ତାକୁ ତୁରନ୍ତ ଡିଲିଟ କର । ନଚେତ ମାରିବାକୁ ଟାଇମ୍‌ ଲାଗିବ ନାହିଁ । ଆଉ ଜଣେ ମେଲ୍‌ କରିଛନ୍ତି, ଆମ ହିନ୍ଦୁ ଧର୍ମକୁ ବଦନାମ କରିବାକୁ ଚେଷ୍ଟା କରୁଛ । ତୁମକୁ ବିଚ୍‌ ରାସ୍ତାରେ ଗୁଳି ମାରିଦିଆଯିବ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago