‘ଛୋଟା ପଣ୍ଡିତ’ ହେବା ଉର୍ଫିଙ୍କୁ ପଡିଲା ମହଙ୍ଗା, ମିଳିଲା ଜୀବନରୁ ମାରିଦେବାକୁ ଧମକ
ଏଥର ଉର୍ଫି ଫିଲ୍ମ ଭୁଲ ଭୁଲୈୟା’ର ଛୋଟା ପଣ୍ଡିତ ଲୁକ୍କୁ କପି କରି ଚର୍ଚ୍ଚାରେ ରହିଥିଲେ । ଆଉ ଏହି ଲୁକ୍ ଉର୍ଫିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜୀବନ ପ୍ରତି ବିପଦ ଥିବା ନେଇ ଉର୍ଫି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ନିଜ ଷ୍ଟାଇଲ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅତରଙ୍ଗୀ ଷ୍ଟାଇଲ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ଫିଙ୍କୁ ହତ୍ୟା ଧମକ ମିଳିଛି । ଏଥର ଉର୍ଫି ଫିଲ୍ମ ଭୁଲ ଭୁଲୈୟା’ର ଛୋଟା ପଣ୍ଡିତ ଲୁକ୍କୁ କପି କରି ଚର୍ଚ୍ଚାରେ ରହିଥିଲେ । ଆଉ ଏହି ଲୁକ୍ ଉର୍ଫିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜୀବନ ପ୍ରତି ବିପଦ ଥିବା ନେଇ ଉର୍ଫି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।
ନିକଟରେ ଉର୍ଫି ଭୁଲ ଭୁଲୈୟାର ଛୋଟା ପଣ୍ଡିତ୍ ଲୁକ୍କୁ ଆପଣାଇଥିଲେ । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଥିଲା । ଏହି ଲୁକ୍ ହାଲୋଓ୍ଵିନ ପାର୍ଟି ପାଇଁ ଉର୍ଫି ଆପଣାଇଥିଲେ । ଆଉ ଏହା ପରେ ଉର୍ଫିଙ୍କୁ ଜୀବନରୁ ମାରିଦେବାକୁ ଧମକ ମେଲ୍ ଜରିଆରେ ମିଳିଛି ।
ଉର୍ଫି ନିଜର ଲୁକ୍ ଏବଂ ମେଲ୍ ଫଟୋ ସେୟାର କରି ଲେଖିଛନ୍ତି, ମୁଁ ଏହି ଦେଶକୁ ନେଇ ଆଶ୍ଚର୍ଯ୍ୟ ଏବଂ ସ୍ତବ୍ଧ । ମୁଁ ଗୋଟିଏ ଫିଲ୍ମର ଚରିତ୍ରକୁ ଆଉ ଥରେ ସାମ୍ନାକୁ ଆଣିବାରୁ ମୋତେ ଜୀବନରୁ ମାରିଦେବାକୁ ଧମକ ମିଳିଛି । କିନ୍ତୁ ଫିଲ୍ମରେ ଏହି ଚରିତ୍ର ପାଇଁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନଥିଲା ।
I’m just shocked and appalled by this country mahn , I’m getting death threats in recreating a character from a movie where as that character didn’t get any backlash :/ pic.twitter.com/pOl9FvTYzT
— Uorfi (@uorfi_) October 30, 2023
ଜଣେ ବ୍ୟକ୍ତି ଉର୍ଫିଙ୍କୁ ମେଲ୍ କରି ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ଧମକ ଦେଇଥିବା ବ୍ୟକ୍ତି ଜଣକ ଲେଖିଛନ୍ତି, ତୁମେ ଯେଉଁ ଭିଡିଓ ଅପଲୋଡ କରିଛି, ତାକୁ ତୁରନ୍ତ ଡିଲିଟ କର । ନଚେତ ମାରିବାକୁ ଟାଇମ୍ ଲାଗିବ ନାହିଁ । ଆଉ ଜଣେ ମେଲ୍ କରିଛନ୍ତି, ଆମ ହିନ୍ଦୁ ଧର୍ମକୁ ବଦନାମ କରିବାକୁ ଚେଷ୍ଟା କରୁଛ । ତୁମକୁ ବିଚ୍ ରାସ୍ତାରେ ଗୁଳି ମାରିଦିଆଯିବ ।