Below header

ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା: ଶିମିଳିପାଳରୁ ପୁଣି ୭୧ଟି ବେଆଇନ ଦେଶୀ ବନ୍ଧୁକ ଜବତ

ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା। ଶିମିଳିପାଳରୁ ପୁଣି ଦେଶୀ ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ବିଭିନ୍ନ ଥାନା ଅଞ୍ଚଳରୁ ୭୧ଟି ଦେଶୀ ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ୧୪ଟି ଥାନାରେ ୩୨ ଟି ମାମଲା ରୁଜୁ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜବତ ହୋଇଥିଲା ୧୬୫ଟି ବନ୍ଧୁକ।

ମୟୁରଭଞ୍ଜ (କେନ୍ୟୁଜ): ମୟୁରଭଞ୍ଜ ପୋଲିସକୁ ବଡ଼ ସଫଳତା। ଶିମିଳିପାଳରୁ ପୁଣି ଦେଶୀ ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ବିଭିନ୍ନ ଥାନା ଅଞ୍ଚଳରୁ ୭୧ଟି ଦେଶୀ ବନ୍ଧୁକ ଜବତ। ଶିମିଳିପାଳ ସଂଲଗ୍ନ ୧୪ଟି ଥାନାରେ ୩୨ ଟି ମାମଲା ରୁଜୁ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜବତ ହୋଇଥିଲା ୧୬୫ଟି ବନ୍ଧୁକ। ଏବେ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୭୧ ବନ୍ଧୁକ ଜବତ କରିଛି ମୟୁରଭଞ୍ଜ ପୋଲିସ। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବି. ଗଙ୍ଗାଧର।

ପୂର୍ବରୁ ମୟୁରଭଞ୍ଜ ପୋଲିସ ପକ୍ଷରୁ ଶିକାରୀ ମାନଙ୍କୁ ବନ୍ଧୁକ ସରେଣ୍ଡର କରିବା ପାଇଁ ନିବେଦନ କରାଯାଇଥିଲା। ଏଥିପାଇଁ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲା ପୋଲିସ। ଶିମିଳିପାଳ ସୁରକ୍ଷା ପାଇଁ ଏବେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇଛି। ପୋଲିସ ଓ ବନ ବିଭାଗ ମିଳିତ ଭାବେ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି। ଏତେ ସବୁ କାର୍ଯ୍ୟକ୍ରମ ହାତକୁ ନେବା ପରେ ବି ଏତେ ବନ୍ଧୁକ କେଉଁଠୁ ଆସୁଛି ତାହା ଏବେ ପ୍ରଶ୍ନବାଚୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.