Below header

ପୁଣି କ୍ରିପଟୋ ନାରେ ଏକ କୋଟିରୁ ଅଧିକ ଟଙ୍କାର ସାଇବର ଠକେଇ ଅଭିଯୋଗ

ପୁଣି କ୍ରିପଟୋ ନାରେ ଏକ କୋଟିରୁ ଅଧିକ ଟଙ୍କାର ସାଇବର ଠକେଇ। ୪୫ ଦିନରେ ଜମା ଟଙ୍କା ହେବ ଡବଲ । ଏକକାଳୀନ ୧୨ ହାଜର ଟଙ୍କା ଦେଲେ ପାଇବ ଲକ୍ଷାଧିକ ଟଙ୍କା । ଯିଏ ଯେତେ ଜମାକାରୀ ଆଣି ଦେବ ସିଏ ସେତେ କମିଶନ ପାଇବ ।

ଭୁବନେଶ୍ୱର(କେନ୍ୟୁଜ୍): ପୁଣି କ୍ରିପଟୋ ନାରେ ଏକ କୋଟିରୁ ଅଧିକ ଟଙ୍କାର ସାଇବର ଠକେଇ। ୪୫ ଦିନରେ ଜମା ଟଙ୍କା ହେବ ଡବଲ । ଏକକାଳୀନ ୧୨ ହାଜର ଟଙ୍କା ଦେଲେ ପାଇବ ଲକ୍ଷାଧିକ ଟଙ୍କା । ଯିଏ ଯେତେ ଜମାକାରୀ ଆଣି ଦେବ ସିଏ ସେତେ କମିଶନ ପାଇବ । ଜମାକାରୀଙ୍କ ଟଙ୍କା ଓଡ଼ିଶାରୁ ଯାଇ ଦୁବାଇରେ ଲାଗୁଛି । ସେଠାରେ ତେଲ ପଇସା । ତେଣୁ ବୁଡିବାର ଭୟ ନାହିଁ । ଏମିତି କିଛି କିଛି ଲୋଭନୀୟ କଥା କହି ଶହ ଶହ ଲୋକଙ୍କୁ ଫସାଇଛି କ୍ରିପ୍ଟୋ କରେନ୍ସୀ ଜମାକାରୀ ସଂସ୍ଥା ଟିବିଶିର ଓଡ଼ିଶାରେ କାମ କରୁଥିବା ରବୀନ୍ଦ୍ର ବିଶୋଇ ।

ଶହ ଶହ ଲୋକଙ୍କ ଠାରୁ ଠକି ନେଇଛି କୋଟି କୋଟି ଟଙ୍କା । ମମତା ନାୟକ ନାମକ ଜଣେ ମହିଳାଙ୍କୁ ନିଜ ପତ୍ନିଭାବେ ପରିଚୟ ଦେବା ସହ ତାଙ୍କ ଆକାଉଣ୍ଟ ଜାରିଆରେ ଲକ୍ଷ ଲକ୍ଷ ଟଙ୍କା ରବୀନ୍ଦ୍ର ନେଇଥିବା ଅଭଯୋଗ ହୋଇଛି । ତେବେ ଏହି ଠକେଇ ମାଷ୍ଟର ମାଇଣ୍ଡ ପଞ୍ଜାବରେ ବସିଥିବା ବେଳେ । ସେଠୁ ଅପରେଟ ହେଉଛି ସବୁ ପ୍ଲାନ୍ । ଅଧିକ ଟଙ୍କା ପାଇବା ଆଶାରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିବା ଜମାକାରୀ ଶେଷରେ ଅର୍ଥନୈତିକ ଅପରାଧ ଶାଖା ତଥା ଇଓଡବ୍ଳୁ ରେ ଅଭିଯୋଗ କରିଛନ୍ତି ।

ଲୋକଙ୍କୁ ଫସାଇବା ପାଇଁ ବଡ଼ ବଡ ହୋଟେଲରେ ହେଉଥିଲା ମିଟିଂ । ଦିଆଯାଉଥିଲା ଆକର୍ଷଣୀୟ ପୁରସ୍କାର । ପଞ୍ଜାବରେ ବସି କ୍ରିପ୍ଟୋ କରେନ୍ସି ମାର୍କେଟିଂ ଚଳାଉଥିବା ଜଣେ ମହିଳା ଅନଲାଇନ ଜରିଆରେ କରୁଥିଲା କଣ୍ଟାକ୍ଟ । ପରେ ସଂପର୍କ ବଢାଇବା ସହ ଟିବିସି କମ୍ପାନୀ ବିଷୟରେ ବୁଝାଉଥିଲା । ସାରା ଭାରତ ବର୍ଷରେ ଏହି ଠକେଇ ସଂସ୍ଥା ଏବେ ଶହ ଶହ କୋଟି ଟଙ୍କା ଠକେଇ କରି ନେଇଥିବା ଅଭିଯୋଗ ହୋଇଛି । ତେବେ ଏହା ଭିତରେ ଠକେଇ ଶୀକାର ହୋଇଥିବା ଲୋକମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ଇଓଡବ୍ଲୁରେ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.