ନଭେମ୍ବର ୧୦ରୁ ମେ’ ୧୦ ପର୍ଯ୍ୟନ୍ତ ବିନା ଭିସାରେ ଥାଇଲାଣ୍ଡ ଯାତ୍ରା କରିପାରିବେ ଭାରତୀୟ: ଥାଇ ପର୍ଯ୍ୟଟନ

ଭାରତରୁ ଥାଇଲାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ଥାଇଲାଣ୍ଡ ଯିବା ପାଇଁ ଆଉ ଭିସା ଦରକାର ହେବ ନାହିଁ। ଥାଇଲାଣ୍ଡର ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କ ପାଇଁ ଭିସା ଆବଶ୍ୟକତାକୁ ଛାଡ କରାଯିବ।

ଏହି ସୁବିଧା ଆସନ୍ତା ମାସରୁ ୨୦୨୪ ମେ’ ପର୍ଯ୍ୟନ୍ତ ଦିଆଯିବ। ନଭେମ୍ବର ୧୦ରୁ ମେ’ ୧୦ ମଧ୍ୟରେ ଲୋକେ ବିନା ଭିସାରେ ଥାଇଲାଣ୍ଡ ଯାଇପାରିବେ ଏବଂ ୩୦ ଦିନ ପର୍ଯ୍ୟନ୍ତ ସେଠାରେ ରହିପାରିବେ। ଦେଶ ଏବେ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଭାରତୀୟ ଏବଂ ତାଇୱାନ ନାଗରିକଙ୍କ ଲାଗି ଭିସାର ଆବଶ୍ୟକତାକୁ ଶେଷ କରିଛି। ଗତ ସେପ୍ଟେମ୍ବରରେ ଥାଇଲାଣ୍ଡ ଚୀନ ନାଗରିକମାନଙ୍କ ପାଇଁ ଏପରି କରିଥିଲା।

ତେବେ ଭାରତୀୟ ବିଶ୍ୱ ଭ୍ରମଣକାରୀଙ୍କ ପାଇଁ ଏକ ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଖବର। ଶ୍ରୀଲଙ୍କା ନିକଟରେ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏକ ପାଇଲଟ୍‌ ପ୍ରୋଜେକ୍ଟର ଅଂଶ ସ୍ୱରୂପ ଭାରତ, ଚୀନ ଏବଂ ରୁଷ୍‌ ସମେତ ୭ଟି ଦେଶର ଆଗନ୍ତୁକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କରିଥିଲା।

ଭାରତ ସରକାରଙ୍କ ତଥ୍ୟରୁ ଜଣାପଡ଼ିଛି ଯେ ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କ ସଂଖ୍ୟା ୨୦୧୧ରେ ୧.୪ କୋଟିରୁ କ୍ରମାଗତ ଭାବେ ବଢ଼ି ୨୦୧୯ରେ ୨.୭ କୋଟି ଶିଖରରେ ପହଞ୍ଚିଥିଲା। ଏହାପରେ ମହାମାରୀରେ ୨ ବର୍ଷର ଯାତ୍ରା ପ୍ରତିବନ୍ଧକ ପରେ ୨୦୨୨ରେ ଏହା ପୁଣିଥରେ ୨.୧ କୋଟିରେ ପହଞ୍ଚିଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.