ମନୋରଂଜନ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସାଉଥ ଷ୍ଟାର ବରୁଣ ଓ ଲାବନ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ ଓ ଭିଡିଓ

ସାଉଥ୍‌ର ଲୋକପ୍ରିୟ ଅଭିନେତା ବରୁଣ ତେଜ୍‌ ଓ ଅଭିନେତ୍ରୀ ଲାବନ୍ୟା ତ୍ରିପାଠୀ ସବୁ ଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅକ୍ଟୋବର ତିରିଶରେ ଆରମ୍ଭ ହୋଇଥିବା ଏହି ଯୋଡିଙ୍କ ପ୍ରି- େଓ୍ଵଡିଗିଂର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ଗତ କାଲି ମଙ୍ଗଳବାର ରାତିରେ ଏହି ଯୋଡିଙ୍କ ମେହେନ୍ଦି ସେରିମନି ହୋଇଥିଲା। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେଇଥିବାର ଦେଖିବାକୁ ମିଳିଛି ।

ବରୁଣ ତେଜ୍‌ ଓ ଲାବନ୍ୟା ତ୍ରିପାଠୀ ଆଜି ଇଟାଲୀର ଟକ୍ସନିରେ ବିବାହ କରିବାକୁ ଯାଉଛନ୍ତି । ଏଥି ସହିତ ବିବାହ ପୂର୍ବରୁ ଅନେକ ଫଟୋ ସାମ୍ନାକୁ ଆସିଛି । ଏହି ଯୋଡିଙ୍କ ହଲ୍‌ଦି ସେରିମନି ଗତ କାଲି ସକାଳେ ହୋଇଥିଲା, ଯାହାର କିଛି ଫଟୋ ଦେଖିବା ପାଇଁ ମିଳିଥିଲା । ଏହା ସହ ରାତିରେ ମେହେନ୍ଦୀ ସେରିମନି ହୋଇଥିଲା, ଯାହାର ଫଟୋ ଓ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଜୋରସୋରରେ ଭାଇରାଲ ହେଉଛି । ଯାହାକୁ ଦେଖିବା ପରେ ଦୁହିଁଙ୍କ ଫ୍ୟାନ୍ସ ବହୁତ ଖୁସି ହୋଇଛନ୍ତି ।

ତେବେ ସେହି ସବୁ ଫଟୋରେ ଲାବନ୍ୟା ତାଙ୍କ ହାତରେ ମେହେନ୍ଦୀ କରୁଥିବାର ନଜର ଆସିଛନ୍ତି । ଏହି ମଉକାରେ ଅଭିନେତ୍ରୀ ଭିନ୍ନ ଭିନ୍ନ ଲେହେଙ୍ଗାରେ ନଜର ଆସିଛନ୍ତି, ଯେଉଁଥିରେ ସେ ଗୋଲଡ କଲରର ଗହଣା ପିନ୍ଧିଛନ୍ତି । ଏହି ଫଟୋରେ ଲାବନ୍ୟା ତାଙ୍କ ଗାର୍ଲ ଗ୍ୟାଙ୍ଗଙ୍କ ସହିତ ପୋଜ୍ ଦେଉଥିବାର ନଜର ଆସିଛନ୍ତି ।

ବରୁଣ ତେଜ୍‌ ଓ ଲାବନ୍ୟା ତ୍ରୀପାଠୀ ନିଜ ମେହେନ୍ଦୀ ସେରିମନିରେ ବହୁତ ହିଁ ସୁନ୍ଦର ଲାଗୁଥିଲେ । ଏହା ସହ ମେହେନ୍ଦୀ ପାଇଁ ଦୁଇ ଜଣ ମ୍ୟାଚିଙ୍ଗ ଆଉଟ୍‌ଫିଟ୍‌ ମଧ୍ୟ ପିନ୍ଧିଥିଲେ । ଏହି ଯୋଡିଙ୍କ ଖୁସିରେ ସାଉଥ୍‌ର ଅନେକ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଛନ୍ତି । ତେବେ ତାଙ୍କ ମେହେନ୍ଦୀ ସେରିମନିରେ ସୁପରଷ୍ଟାର ନିତିନ କୁମାର ରେଡ୍ଡି ତାଙ୍କ ସ୍ତ୍ରୀ ସହ ନଜର ଆସିଥିଲେ ।

ଏହି ଯୋଡି ଆଜି ବା ନଭେମ୍ବର ୧ରେ ପ୍ରାୟ ଦିନ ୨ଟା ୩୦ରେ ଇଟାଲୀର ଏକ ସୁନ୍ଦର ସ୍ଥାନ ଟକ୍ସନ୍‌ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ମଉକାରେ ମେଗା ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଛନ୍ତି । ବରୁଣ ଓ ଲାବନ୍ୟାଙ୍କ ଏହି ଖୁସିରେ ଅଲୁ ଅର୍ଜୁନ ତାଙ୍କ ପରିବାର ସହ ମଧ୍ୟ ସାମିଲ ହୋଇଛନ୍ତି ।

ତେଲୁଗର ସମସ୍ତ ଷ୍ଟାର ପରିବାର ବରୁଣ ଓ ଲାବନ୍ୟାଙ୍କ ବିବାହରେ ଯୋଗ ଦେଇଥିଲେ । ସେହିପରି ମେଗାଷ୍ଟାର ଚିରଞ୍ଜୀବୀ, ରାମ ଚରଣ, ପଓ୍ଵନ କଲ୍ୟାଣ ଓ ସାଉଥ୍‌ର ଅନେକ ସେଲିବ୍ରିଟି ତାଙ୍କ ବିବାହରେ ସାମିଲ ହୋଇଛନ୍ତି । ସୂଚନା ମୁତାବକ, ବିବାହ ପରେ ବରୁଣ ଓ ଲାବନ୍ୟା ଇଣ୍ଡିଆରେ ରିସେଫ୍ସନ୍‌ ପାର୍ଟି କରିବେ । ଏହାସହ କପଲଙ୍କ ରିସେଫ୍ସନ ପାର୍ଟିର ଡେଟ୍‌ ମଧ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ନଭେମ୍ବର ୫ରେ ହାଇଦ୍ରାବାଦରେ ପୂରା ଇଣ୍ଡଷ୍ଟ୍ରୀକୁ ରିସେଫ୍ସନ ପାର୍ଟି ଦେବେ ।

ଯଦି ଦୁହିଁଙ୍କ ଲଭ୍‌ ଷ୍ଟୋରି ବିଷୟରେ କହିବା, ତାହେଲେ ଏହି ଯୋଡି ବରୁଣ ଓ ଲାବନ୍ୟା ପ୍ରାୟ ୨୦୧୬ରୁ ପରସ୍ପରକୁ ଡେଟ୍‌ କରୁଥିଲେ । ଏହାସହ ଦୁଇ ଜଣ ପ୍ରାୟ ୭ ବର୍ଷ ରିଲେସନ୍‌ସିପରେ ରହିବା ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

26 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

54 mins ago