ଦେଶ ବିଦେଶ

ନା ପାଣି ଅଛି ନା ସାନିଟାରୀ ପ୍ୟାଡ୍‌…ଜାତିସଂଘ ଶିବିରରେ ଋତୁସ୍ରାବ ରୋକିବା ପାଇଁ ପାଲେଷ୍ଟାଇନ୍‌ ମହିଳା ଖାଉଛନ୍ତି ବଟିକା

ଇସ୍ରାଏଲ୍-ହମାସ୍ ଯୁଦ୍ଧକୁ ପୂରିଛି ୨୫ ଦିନ। ଇସ୍ରାଏଲ ଆକ୍ରମଣରେ ଗାଜା ଷ୍ଟ୍ରିପ୍ ସମ୍ପୂର୍ଣ୍ଣ ରୂପେ ଧରାଶାୟୀ ହୋଇଯାଇଛି। ବହୁ ସଂଖ୍ୟାରେ ମହିଳା, ଶିଶୁ ଏବଂ ବୃଦ୍ଧ ଲୋକଙ୍କୁ ଜାତିସଂଘ ଶିବିରକୁ ପଠାଯାଉଛି। କିନ୍ତୁ ଶିବିରଗୁଡ଼ିକରେ ଔଷଧର ଅଭାବ ରହିଛି, ଯେଉଁଥିପାଇଁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଯୁଦ୍ଧର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ଅସୁସ୍ଥ ଏବଂ ଗର୍ଭବତୀ ମହିଳାଙ୍କ ଉପରେ। ଖାଦ୍ୟ, ପାଣି ଓ ଔଷଧ ଭଳି ମୌଳିକ ସୁବିଧା ଅଭାବରୁ ମହିଳାମାନେ ଋତୁସ୍ରାବ ରୋକିବା ପାଇଁ ବଟିକା ଖାଇବାକୁ ବାଧ୍ୟ ହେଉଛନ୍ତି। ଶିବିରରେ ଏପରି ଅନେକ ଝିଅ ମଧ୍ୟ ଅଛନ୍ତି, ଯେଉଁମାନଙ୍କୁ ପ୍ରଥମ ଥର ପାଇଁ ଋତୁସ୍ରାବ ଆସିବା ଆରମ୍ଭ ହୋଇଛି।

ଏକ ରିପୋର୍ଟ ଅନୁସାରେ, ଗାଜା ଅଞ୍ଚଳରେ ଆକ୍ରମଣ ଯୋଗୁ ଶରଣାର୍ଥୀ ଶିବିରରେ ରହୁଥିବା ଅନେକ ପାଲେଷ୍ଟାଇନ ମହିଳା ମାସିକ ଧର୍ମକୁ ବିଳମ୍ବ କରିବା ପାଇଁ ବଟିକା ଖାଉଛନ୍ତି। ବିଶେଷଜ୍ଞଙ୍କ କହିବା ହେଲା, ଏହି ବଟିକା ବ୍ୟବହାର ଦ୍ୱାରା ଶାରୀରିକ ସମସ୍ୟା ଏବଂ ଅସହ୍ୟ ଯନ୍ତ୍ରଣା ହେବା ଆଶଙ୍କା ବଢ଼ିଯାଇଛି। ସମସ୍ତ ମହିଳା ବିସ୍ଥାପନ ହେତୁ ଅତ୍ୟଧିକ ଗହଳିରେ ରହୁଛନ୍ତି। ଋତୁସ୍ରାବ ସମୟରେ ଦରକାର ପଡ଼ୁଥିବା ମୌଳିକ ସୁବିଧା ଶିବିରରେ ଉପଲବ୍ଧ ନାହିଁ। ନା ଏଠାରେ ଗୋପନୀୟତା ଅଛି, ନା ପାଣି। ତେଣୁ ମହିଳାମାନେ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ସମସ୍ତ ଦ୍ରବ୍ୟର ଅଭାବ ହେତୁ ସେମାନେ ବଟିକା ଖାଉଛନ୍ତି।

କହି ରଖୁଛୁ, ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଷ୍ଟ୍ରିପରୁ ପାଖାପାଖି ୧୪ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ସମସ୍ତେ ଜାତିସଂଘ ଶିବିରରେ ରହୁଛନ୍ତି। ଯେଉଁଠାରେ ବ୍ୟକ୍ତିଗତ ସୁରକ୍ଷା ପାଇଁ କୌଣସି ସ୍ଥାନ ନାହିଁ। ଇସ୍ରାଏଲ୍ ଆକ୍ରମଣରେ ଏ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି।

Roshni

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

8 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

8 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

25 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

26 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

30 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

53 mins ago