ମନୋରଂଜନ

ବିଦ୍ୟା ବାଲାନଙ୍କ ନାମରେ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗ, ଥାନାରେ କେସ୍‌ କଲେ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଗତକିଛି ହେଲାଣି ଚର୍ଚ୍ଚାରେ ରହିଛନ୍ତି । ବିଦ୍ୟା କୌଣସି ଫିଲ୍ମ ନୁହେଁ ବରଂ ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ପାଇଁ ପାଇଁ ଚର୍ଚ୍ଚାରେ ରହିଛନ୍ତି । ବିଦ୍ୟାଙ୍କ ନାମରେ ଜଣେ ବ୍ୟକ୍ତି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ । ଯାହା ଜାଣିବା ପରେ ବିଦ୍ୟା ବାଲାନ ମୁମ୍ବାଇର ଖର୍ ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ FIR ଦେଇଛନ୍ତି ।

ଖବର ମୁତାବକ, ଇନଷ୍ଟାଗ୍ରାମରେ ଜଣେ ଅଜଣା ବ୍ୟକ୍ତି ବିଦ୍ୟା ବାଲନଙ୍କ ନାମରେ ଏକ ଫେକ୍ ଆକାଉଣ୍ଟ ତିଆରି କରି ବଲିଉଡ଼ ସହିତ ଜଡ଼ିତ ଲେକଙ୍କୁ ଠକିବା ପାଇଁ ଚେଷ୍ଟା କରିଥିଲେ । ଚାକିରିର ଆଶ୍ୱାସନା ଦେଇ ଲୋକଙ୍କ ଠାରୁ ଟଙ୍କା ମାଗୁଥିଲେ । ଏହି ବିଷୟରେ ବିଦ୍ୟା ବାଲନ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ସେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଖର୍ ପୋଲିସ ଷ୍ଟେସନରେ ITର ଧାରା ୬୬(ସି) ଅନୁଯାୟୀ ସେହି ଅଜଣା ବ୍ୟକ୍ତିଙ୍କ ନାଁରେ ଏକ FIR ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।

ବିଦ୍ୟା ବାଲାନ ଫିଲ୍ମରେ କମ୍ ନଜର ଆସୁଥିଲେ ବି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ଅଛନ୍ତ । ତାଙ୍କ ଇନଷ୍ଟାଗ୍ରାମରେ ୯ ମିଲିୟନରୁ ଅଧିକ ଫ୍ୟାନ ଫଲୋୟର୍ସ ରହିଛନ୍ତି । ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା ୩’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମରେ ମଞ୍ଜୁଲିକା ଭୂମିକା ପାଇଁ ତାଙ୍କୁ ପୁଣି ଥରେ ସୁଯୋଗ ଦିଆଯାଉ ବୋଲି ଫ୍ୟାନ୍ସ କହିଛନ୍ତି ।

Swagatika

Recent Posts

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଅଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

1 min ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

17 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

21 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

33 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

41 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago