ମନୋରଂଜନ

ରହସ୍ୟ ଓ ରୋମାଞ୍ଚରେ ଭରି ରହିଛି ବିଦ୍ୟା ବାଲାନ୍‌ଙ୍କ ‘ଜଲସା’, ଦେଖନ୍ତୁ ଦମ୍‌ଦାର ଟ୍ରେଲର

ବିଦ୍ୟା ବାଲାନ୍‌ ଓ ଶେଫାଳୀ ଶାହଙ୍କ ଅଭିନୀତ ଫିଲ୍ମ ‘ଜଲସା’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମ୍‌ଦାର ରହିଛି। ଜଲ୍‌ସା ଏକ ରହସ୍ୟମୟ ଓ ଛଳର ଗୁପ୍ତ ରହସ୍ୟ ଥିବା ଫିଲ୍ମ। ଫିଲ୍ମରେ ବିଦ୍ୟା ବାଲାନ୍‌, ଶେଫାଳୀ ଶାହ, ରୋହିଣୀ ହଟ୍ଟଗଡି, ଇକବାଲ ଖାନ୍‌, ବିଧାନୀ ବନ୍ଦୀ, ଶ୍ରୀକାନ୍ତ ମୋହନ, ଶଫିନ୍‌ ପଟେଲ ଓ ସୂର୍ଯ୍ୟ କସୀଭଟଲା ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସୁରେଶ ତ୍ରିବେଣୀ ନିର୍ଦ୍ଦେଶନା ଦେଇଥିବା ବେଳେ ଟି-ସିରିଜ୍‌ ଓ ଅବୁନ୍ଦତିୟା ଏଣ୍ଟରମେଣ୍ଟ ଦ୍ୱାରା ନିର୍ମିତ ହୋଇଛି।

ଆମାଜନ୍‌ ପ୍ରାଇମ୍‌ ଭିଡିଓ ପକ୍ଷରୁ ଡ୍ରାମା ଥ୍ରୀଲର ‘ଜଲସା’ର ଟ୍ରେଲର ଲଞ୍ଚ୍‌ ହୋଇଛି। ଫିଲ୍ମଟି ମୁଖ୍ୟତଃ ବିଦ୍ୟା ବାଲାନ୍‌ ଓ ଶେଫାଲୀଙ୍କ ଜୀବନୀକୁ ନେଇ ତିଆରି ହୋଇଛି। ଫିଲ୍ମରେ ବିଦ୍ୟା ବାଲାନ୍‌ ମାୟା ଭୂମିକାରେ ଅଭିନୟ କରୁଥିବା ବେଳେ ଶେଫାଲୀଙ୍କ ନାଁ ରହିଛି ରୁଖସାନା। ଏହି ଫିଲ୍ମ ଏମିତି ଏକ ଦୁନିଆ ସହ ପରିଚୟ କରୁଛି, ଯେଉଁଠି କେବଳ ଚୋର, ଅରାଜକତା, ରହସ୍ୟ, ମିଛ, ଛଳ କପଟ ରହିଛି। ଏଥିରେ ଏକ ଏମିତି ଘଟଣା ଘଟୁଛି ଯାହା ସେମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏହା ପରେ ସେମାନେ କେମିତି ଏଥିରୁ ମୁକ୍ତି ପାଉଛନ୍ତି, ତାହା ହିଁ ଫିଲ୍ମର ଷ୍ଟୋରୀ ଲାଇନ୍‌।

ଦେଖନ୍ତୁ ଟ୍ରେଲର:

Video Credit: Amazon Prime Video India

ଜଲସାକୁ ନେଇ ବିଦ୍ୟା ବାଲାନ୍‌ କହିଛନ୍ତି- ଜଲସାରେ ମୋ ଅଭିନୟ ଚ୍ୟାଲେଞ୍ଜିଂ ଥିଲା। ନିର୍ଦ୍ଦେଶକ ସୁରେଶଙ୍କ ସହ ମୋର ଏହା ଆଉ ଏକ ଫିଲ୍ମ। ଗତ ପ୍ରୋଜେକ୍ଟ ତୁମ୍‌ହାରୀ ସୁଲୁଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ଓ ବହୁତ ରୋମାଞ୍ଚକ। ଫିଲ୍ମଟି ଦର୍ଶକଙ୍କୁ ନିହାତି ଭାବେ ପସନ୍ଦ ଆସି ବୋଲି ଆଶା କରିଛନ୍ତି ବିଦ୍ୟା ବାଲାନ୍‌।

WCW 11

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

2 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

11 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

14 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

48 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

50 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago