ରହସ୍ୟ ଓ ରୋମାଞ୍ଚରେ ଭରି ରହିଛି ବିଦ୍ୟା ବାଲାନ୍ଙ୍କ ‘ଜଲସା’, ଦେଖନ୍ତୁ ଦମ୍ଦାର ଟ୍ରେଲର

ବିଦ୍ୟା ବାଲାନ୍ ଓ ଶେଫାଳୀ ଶାହଙ୍କ ଅଭିନୀତ ଫିଲ୍ମ ‘ଜଲସା’ର ଟ୍ରେଲର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ବେଶ୍ ଦମ୍ଦାର ରହିଛି। ଜଲ୍ସା ଏକ ରହସ୍ୟମୟ ଓ ଛଳର ଗୁପ୍ତ ରହସ୍ୟ ଥିବା ଫିଲ୍ମ। ଫିଲ୍ମରେ ବିଦ୍ୟା ବାଲାନ୍, ଶେଫାଳୀ ଶାହ, ରୋହିଣୀ ହଟ୍ଟଗଡି, ଇକବାଲ ଖାନ୍, ବିଧାନୀ ବନ୍ଦୀ, ଶ୍ରୀକାନ୍ତ ମୋହନ, ଶଫିନ୍ ପଟେଲ ଓ ସୂର୍ଯ୍ୟ କସୀଭଟଲା ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସୁରେଶ ତ୍ରିବେଣୀ ନିର୍ଦ୍ଦେଶନା ଦେଇଥିବା ବେଳେ ଟି-ସିରିଜ୍ ଓ ଅବୁନ୍ଦତିୟା ଏଣ୍ଟରମେଣ୍ଟ ଦ୍ୱାରା ନିର୍ମିତ ହୋଇଛି।
ଆମାଜନ୍ ପ୍ରାଇମ୍ ଭିଡିଓ ପକ୍ଷରୁ ଡ୍ରାମା ଥ୍ରୀଲର ‘ଜଲସା’ର ଟ୍ରେଲର ଲଞ୍ଚ୍ ହୋଇଛି। ଫିଲ୍ମଟି ମୁଖ୍ୟତଃ ବିଦ୍ୟା ବାଲାନ୍ ଓ ଶେଫାଲୀଙ୍କ ଜୀବନୀକୁ ନେଇ ତିଆରି ହୋଇଛି। ଫିଲ୍ମରେ ବିଦ୍ୟା ବାଲାନ୍ ମାୟା ଭୂମିକାରେ ଅଭିନୟ କରୁଥିବା ବେଳେ ଶେଫାଲୀଙ୍କ ନାଁ ରହିଛି ରୁଖସାନା। ଏହି ଫିଲ୍ମ ଏମିତି ଏକ ଦୁନିଆ ସହ ପରିଚୟ କରୁଛି, ଯେଉଁଠି କେବଳ ଚୋର, ଅରାଜକତା, ରହସ୍ୟ, ମିଛ, ଛଳ କପଟ ରହିଛି। ଏଥିରେ ଏକ ଏମିତି ଘଟଣା ଘଟୁଛି ଯାହା ସେମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏହା ପରେ ସେମାନେ କେମିତି ଏଥିରୁ ମୁକ୍ତି ପାଉଛନ୍ତି, ତାହା ହିଁ ଫିଲ୍ମର ଷ୍ଟୋରୀ ଲାଇନ୍।
ଦେଖନ୍ତୁ ଟ୍ରେଲର:
Video Credit: Amazon Prime Video India
ଜଲସାକୁ ନେଇ ବିଦ୍ୟା ବାଲାନ୍ କହିଛନ୍ତି- ଜଲସାରେ ମୋ ଅଭିନୟ ଚ୍ୟାଲେଞ୍ଜିଂ ଥିଲା। ନିର୍ଦ୍ଦେଶକ ସୁରେଶଙ୍କ ସହ ମୋର ଏହା ଆଉ ଏକ ଫିଲ୍ମ। ଗତ ପ୍ରୋଜେକ୍ଟ ତୁମ୍ହାରୀ ସୁଲୁଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ଓ ବହୁତ ରୋମାଞ୍ଚକ। ଫିଲ୍ମଟି ଦର୍ଶକଙ୍କୁ ନିହାତି ଭାବେ ପସନ୍ଦ ଆସି ବୋଲି ଆଶା କରିଛନ୍ତି ବିଦ୍ୟା ବାଲାନ୍।