ଗାଁ ବୈଠକକୁ କେନ୍ଦ୍ରକରି ଘରେ ପଶି ମା’ ଓ ପୁଅଙ୍କୁ ଆକ୍ରମଣ

ଭଞ୍ଜନଗର(କେନ୍ଯୁଜ୍): ଘରେ ପଶି ମା’ ଓ ପୁଅ ଙ୍କୁ ଆକ୍ରମଣ । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମଠସାହି ଗାଁ ରେ ଘଟିଛି ଏଭଳି ଘଟଣା । ଉଭୟ ଆହତ ମା ଓ ପୁଅକୁ ଉଦ୍ଧାର କରି , ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଗାଁ ବୈଠକକୁ କେନ୍ଦ୍ରକରି, ଗଣ୍ଡଗୋଳର ସୂତ୍ରପାତ ହୋଇଥିବା କୁହାଯାଉଛି । ସେହି ଗାଁର ଦୁଇଜଣ ବ୍ୟକ୍ତି , ଏଭଳି ଆକ୍ରମଣ କରିଥିବା କହିଛନ୍ତି ଆହତ ମହିଳା । ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି , ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.