ସ୍କୁଲ ଗୃହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଣାଇ(କେନ୍ଯୁଜ୍): ସ୍କୁଲ ଘରେ ଲାଗିଲା ନିଆଁ । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନାର ତାଳବାହାଳୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଏବଂ ଅନ୍ୟ କିଛି ଜାଳେଣି କାଠ ରଖା ଯାଇଥିବା ଗୃହରେ ଗତକାଲି ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା ।

ଯାହା ଫଳରେ ସବୁ ସାମଗ୍ରୀ ପୋଡି ନଷ୍ଟ ହୋଇ ଥିବାବେଳେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁଙ୍କୁ ଆୟତ୍ତ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.