ମନୋରଂଜନ

ଏଭଳି ‘ମଞ୍ଜୁଳିକା’ ହେଲେ ବିଦ୍ୟା ବାଲାନ, ସ୍କ୍ରିପ୍ଟ ନ ପଢି ସାଇନ୍ କରିଥିଲେ ‘ଭୁଲ ଭୁଲେୟା’

ବିଦ୍ୟା ବାଲାନ୍ ୨୦୦୭ ବ୍ଲକବଷ୍ଟର୍ ଫିଲ୍ମ ‘ଭୁଲ୍ ଭୁଲେୟା’ରେ ମଞ୍ଜୁଲିକା ଭୂମିକାରେ ଅଭିନୟ କରି ଅତୁଳନୀୟ ନାମ ଓ ଖ୍ୟାତି ଅର୍ଜନ କରିଥିଲେ । ବର୍ତ୍ତମାନ ବିଦ୍ୟା ବାଲାନ୍ ‘ ଭୁଲ୍ ଭୁଲେୟା ୩ ‘ ସହିତ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅଭିନେତ୍ରୀ ପୁଣି ଥରେ ମଞ୍ଜୁଲିକା ଭାବରେ ନଜର ଆସିବେ ବୋଲି ଘୋଷଣା ହେବା ଦିନଠାରୁ ଲୋକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ବଡ଼ ଧରଣର କ୍ରେଜ୍ ରହିଛି । ଅଭିନେତ୍ରୀ ବର୍ତ୍ତମାନ ପ୍ରକାଶ କରିଛନ୍ତି ଯେ ଏହି ଭୂମିକାରେ ସାଇନ କରିବାକୁ ତାଙ୍କୁ ଅଧିକ ସମୟ ଲାଗି ନଥିଲା । କେବଳ ଏତିକି ନୁହେଁ ସେ ସ୍କ୍ରିପ୍ଟ ନ ପଢି ଫିଲ୍ମକୁ ହଁ କରିଦେଇଥିଲେ ।

ବିଦ୍ୟା ବାଲାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ‘ସେ ଏତେଗୁଡ଼ିଏ ଫିଲ୍ମ କରିସାରିଛି, କିନ୍ତୁ ଭୁଲ୍ ଭୁଲେୟା ଭିନ୍ନ ଥିଲା ଏବଂ ଏହି ଫିଲ୍ମର କାହାଣୀ ଏବଂ ମଞ୍ଜୁଲିକାଙ୍କ ଚରିତ୍ର ବିଷୟରେ ସେ ପୂର୍ବରୁ ଜାଣିଥିଲେ, ତେଣୁ ଏହି ଭୂମିକା ପାଇଁ ସାଇନ କରିବାକୁ ତାଙ୍କୁ ଅଧିକ ସମୟ ଲାଗିନଥିଲା ।’ ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ମାଲାୟାଲମ୍ ଫିଲ୍ମ ‘ମଣିଚିତ୍ରାଥଜୁ’କୁ ଦେଖିଥିଲେ ଏବଂ ଯେତେବେଳେ ନିର୍ଦ୍ଦେଶକ ପ୍ରିୟଦର୍ଶନ ତାଙ୍କୁ ଏହି ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲେ, ସେ ସଙ୍ଗେ ସଙ୍ଗେ ଫିଲ୍ମରେ କାମ କରିବାକୁ ରାଜି ହୋଇଯାଇଥିଲେ ।

ସେ ସାକ୍ଷାତକାରରେ ଏହା ମଧ୍ୟ କହିଛନ୍ତି, ‘ବିଦ୍ୟା ବାଲାନ ପ୍ରିୟଦର୍ଶନଙ୍କୁ ଭେଟିବାକୁ ଯାଇଥିଲେ । ସେହି ସମୟରେ ପ୍ରିୟଦର୍ଶନ ମୁମ୍ବାଇରେ ସନ୍ନି ଦେଓଲଙ୍କ ସହ ଏକ ବିଜ୍ଞାପନ ଶୁଟିଂ କରୁଥିଲେ, ତେଣୁ ସେ ବିଦ୍ୟାଙ୍କୁ କହିଥିଲେ ସେଟକୁ ଆସି ମୋତେ ଭେଟି ପାରିବ କି? ତା’ପରେ ବିଦ୍ୟା ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ଏବଂ ସେଠାରେ ଜାଣିବାକୁ ପାଇଲେ କି ଅନ୍ୟମାନେ ଚାହୁଁଛନ୍ତି କି ସେ ମଞ୍ଜୁଲିକା ଭୂମିକାରେ ଅଭିନୟ କରନ୍ତୁ । ପୂର୍ବରୁ ଥରେ ବିଦ୍ୟା ଫିଲ୍ମ ‘ମଣିଚିତ୍ରାଥଜୁ’ ଦେଖି ଭୟଭୀତ ହୋଇଯାଇଥିଲେ ଏବଂ ମୁଁ ଆଉ ସେହି ଫିଲ୍ମ ଦେଖି ନଥିଲେ, କିନ୍ତୁ ଯେତେବେଳେ ବିଦ୍ୟା ନିଜେ ଏହି ଫିଲ୍ମର ରିମେକ୍ କରିବାର ଅଫର ପାଇଥିଲେ ।

ସେ ପ୍ରିୟଦର୍ଶନଙ୍କୁ କହିଲେ, ବାଃ, କଣ ଆପଣ ସତରେ ଚାହୁଁଛନ୍ତି ମୁଁ ଏହି ଫିଲ୍ମ କରେ? ‘ ଯେତେବେଳେ ସେ ହଁ କହିଲେ, ବିଦ୍ୟା ମଧ୍ୟ ତୁରନ୍ତ ଏହି ଫିଲ୍ମ ପାଇଁ ହଁ କହିଦେଇଥିଲେ । ବିଦ୍ୟା ଏହି ଫିଲ୍ମର କୌଣସି ସ୍କ୍ରିପ୍ଟ କିମ୍ବା କିଛି ବି ପଢିନଥିଲେ କାରଣ ସେ ଅରଜିନାଲ ଫିଲ୍ମ ଦେଖିଥିଲେ । ଆଜି ବି ବିଦ୍ୟା ବାଲାନ ଏହି ଫିଲ୍ମରେ ତାଙ୍କ ଭୂମିକା ଏବଂ ନିର୍ଦ୍ଦେଶନା ପାଇଁ ପ୍ରିୟଦର୍ଶନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ଆନିସ୍ ବାଜମିଙ୍କ ନିର୍ଦ୍ଦେଶିତ ତଥା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ତୃପ୍ତି ଡିମ୍ରିଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ଭୁଲ୍ ଭୁଲେୟା’ ‘ଦିୱାଲୀରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ତେବେ ବର୍ତ୍ତମାନ ପୁଣିଥରେ ‘ଭୁଲ୍ ଭୁଲେୟା’ ‘ରେ ବିଦ୍ୟା ବାଲାନଙ୍କୁ ମଞ୍ଜୁଲିକା ଭାବରେ ଦେଖିବାକୁ ମିଳିବ ।

Srujanika Panda

Recent Posts

ବର୍ଷକରେ କେତେଥର ଏସି ସର୍ଭିସିଂ କରିବା ଉଚିତ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦକ୍ଷତା ଏବଂ ଜୀବନକାଳ ବୃଦ୍ଧି ପାଇଁ ଏୟାର କଣ୍ଡିସନର (AC) ର ନିୟମିତ ସର୍ଭିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷକୁ…

3 mins ago

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ ଆଧ୍ୟାତ୍ମିକ…

31 mins ago

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

39 mins ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

51 mins ago

ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ନରସିଂହପୁର: ବିପଦରେ ଗଜରାଜ । ତାଙ୍କୁ ଦେଖିବା ପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼ । କିଏ ହୋ ହୋ…

2 hours ago

ଜମି ଜମା ବିବାଦକୁ ନେଇ ଖଣ୍ଡାରେ ହାଣିଲା ବଡ଼ ଭାଇ, ଘଟଣାସ୍ଥଳରେ ସାନ ଭାଇର ମୃତ୍ୟୁ

ମୟୁରଭଞ୍ଜ : ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ…

2 hours ago