ମନୋରଂଜନ

ବିଦ୍ୟୁତଙ୍କ ‘ଖୁଦା ହାଫିଜ୍‌ ୨’ର ଟ୍ରେଲର ରିଲିଜ୍‌, ଦେଖିବାକୁ ମିଳିବ ଦମ୍‌ଦାର ଆକ୍ସନ୍‌ ସହ ଆଖି ଭିଜିବା ଭଳି ଇମୋସନ୍‌

ବିଦ୍ୟୁତ୍‌ ଜାମଓ୍ଵାଲଙ୍କ ଫିଲ୍ମ ‘ଖୁଦା ହାଫିଜ୍‌ ୨- ଅଗ୍ନି ପରୀକ୍ଷା’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଫିଲ୍ମର ଟ୍ରେଲରରେ ନର୍ଗିସ ଓ ସମୀରଙ୍କ କାହାଣୀ ଆଗକୁ ବଢ଼ୁଥିବା ଦେଖାଯାଇଛି। ନର୍ଗିସ୍‌ଙ୍କୁ ଦେଶକୁ ଫେରାଇ ଆଣିବା ପରେ ସମୀର ବା ବିଦ୍ୟୁତ୍‌ ତାଙ୍କୁ ପୁଣିଥରେ ସାଧାରଣ ଭାବେ ଜୀବନ ବଞ୍ଚିବାକୁ ପ୍ରୋତ୍ସାହିତ କରୁଥିବା ଦେଖାଯାଇଛି।

ଏଥିରେ ସମୀର ପୁଣି ଥରେ ନର୍ଗିସ୍‌ଙ୍କ ନିକଟତର ହେବା ପାଇଁ ଏକ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ତିନି ଜଣ ଯାକ ମିଶି ପୁଣିଥରେ ଏକ ନୂଆ ଜୀବନ ଆରମ୍ଭ କରୁଛନ୍ତି। କିନ୍ତୁ ଏଥରକ ବି ସମୀରଙ୍କ ସୁଖ ସଂସାର ଉପରେ କାହା ନଜର ଲାଗି ଯାଉଛି। ଦିନେ ସ୍କୁଲରୁ ତାଙ୍କ ଝିଅ ନନ୍ଦିନୀକୁ କେହି କିଡ୍‌ନାପ କରି ନେଉଛି। ଏହା ପରେ ଆରମ୍ଭ ହେଉଛି ଏକ ବାପାର ସଂଘର୍ଷ। ଜଣେ ବାପା ଯିଏ, ନିଜ ସନ୍ତାନକୁ ନିଜ ଜୀବନଠୁ ବି ବେଶୀ ଭଲ ପାଏ ସେ ତାକୁ ଫେରାଇ ଆଣିବାକୁ ସବୁ ପ୍ରକାରର ଚେଷ୍ଟା କରୁଛନ୍ତି। ଫିଲ୍ମର ଟ୍ରେଲରରେ ଇମୋସନ୍‌ ଓ ଆକ୍ସନ୍‌ ଉଭୟ ଦେଖିବାକୁ ମିଳିଛି। ଦର୍ଶକ ବି ଏହି କାହାଣୀକୁ ସହଜରେ ବୁଝିପାରିବେ ବୋଲି ଲାଗୁଛି।

Video Credit: Panorama Studios

ଫିଲ୍ମକୁ ନେଇ ବିଦ୍ୟୁତ ଜାମଓ୍ଵାଲ କହିଛନ୍ତି, ମୁଁ ଦର୍ଶକ ଓ ପ୍ରଶଂସକଙ୍କ ନିକଟରେ କୃତଜ୍ଞ ଯେ ସେମାନେ ମୋ ଚରିତ୍ରକୁ ଏବେ ଭଲ ପାଇବା ଦେଉଛନ୍ତି। ସମୀରକୁ ଏତେ ଭଲ ପାଇବା ଦେଇଥିବାରୁ ଆପଣଙ୍କୁ ଯେତେ ଧନ୍ୟବାଦ ଦେବି ସେତେ କମ୍‌। ଜୁଲାଇ ୮ରେ ମୁଁ ଆପଣଙ୍କୁ ସମୀର ରୂପେ ଫିଲ୍ମ ହଲ୍‌ରେ ନଜର ଆସିବି। ମୋ ପାଇଁ ଫିଲ୍ମ ହଲରେ ଦର୍ଶକଙ୍କ ମନୋରଞ୍ଜନ କରିବା ଖୁସିଠୁ ବଡ଼ ଆଉ କିଛି ନାହିଁ।

ସେହିପରି ନର୍ଗିସ୍‌ଙ୍କ ଭୂମିକାରେ ନଜର ଆସୁଥିବା ଶିବାଲିକା ଓବରୟ କୁହନ୍ତି- ଖୁଦା ହାଫିଜ୍‌ ସହ ବିଦ୍ୟୁତ୍‌ ଓ ମୁଁ ଦର୍ଶକଙ୍କୁ ଡିଜିଟାଲ ସ୍କ୍ରିନ୍‌ରେ ସମୀର ଓ ନର୍ଗିସ୍‌ ରୂପେ ଭେଟିଥିଲୁ। ଏବେ ଆମେ ତାଙ୍କ ଦ୍ୱିତୀୟ ଅଧ୍ୟାୟ ସହ ପୁଣିଥରେ ଭେଟିବାକୁ ଯାଉଛୁ ଓ ଏଥରକ ଜୁଲାଇ ୮ରେ ଫିଲ୍ମ ହଲରେ ଭେଟ ହେବ।

ଖୁଦା ହାଫିଜ୍‌ ଚାପ୍ଟର ୨ ଜୁଲାଇ ୮ରେ ଫିଲ୍ମ ହଲ୍‌ରେ ରିଲିଜ୍‌ ହେବ। ପୂର୍ବରୁ ଏହି ଫିଲ୍ମ ଜୁନ୍‌ ୧୭ ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ନିର୍ମାତା ଏହାର ରିଲିଜ୍‌ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

Also Read: ଜୁନ୍‌ ୧୮ରେ ପଡ଼ୁଛି ମହାଲକ୍ଷ୍ମୀ ଯୋଗ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ମିଳିବ ପ୍ରବଳ ଧନ ସମ୍ପତ୍ତି

WCW 11

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

1 min ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

32 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

39 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago