Photo credit: News18
ବଲିଉଡରେ ବିବାଦ ଏବଂ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ପ୍ରତିଦିନ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚା କିମ୍ବା ବିବାଦ ଲାଗିରହିଥାଏ । ଫିଲ୍ମ ହେଉ ଅବା ଗୀତ କିମ୍ବା ଅଭିନେତା,ଅଭିନେତ୍ରୀଙ୍କ ସଂପର୍କ । ତେବେ ଏହା ମଧ୍ୟରେ କିଛି ସତ ଥାଏ ଆଉ କିଛି ମିଛ । ଠିକ୍ ଏମିତି ଏକ ଖବରକୁ ନେଇ ଫ୍ୟାନ୍ସ ଚର୍ଚ୍ଚା କରିବାରେ ରହିଛନ୍ତି । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଆଉ ଏହା ମଧ୍ୟରେ ଦୁହେଁ ଛୁଟି କଟାଇବାକୁ ଯାଇ ଫଟୋ ସେୟାର କରିଛନ୍ତି। ଯାହା ଫ୍ୟାନ୍ସଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।
ସେହିଭଳି ରଶ୍ମିକା ମଧ୍ୟ ଏକ ସିଜିଲିଂ ଫଟୋ ସେୟାର କରିଛନ୍ତି । ଆଉ ସେ ଲେଖିଛନ୍ତି, ହାଲୋ ୨୦୨୩…। ରଶ୍ମିକା ଏବଂ ବିଜୟଙ୍କ ଏଭଳି ଫଟୋ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି କି, ଦୁହେଁ ଏକାଠି ବୁଲିବାକୁ ଯାଇଛନ୍ତି। ଆଉ ଫଟୋ ସେୟାର କରିଛନ୍ତି । ଆଉ କିଛି କହୁଛନ୍ତି, ଦୁହେଁ ପୂର୍ବରୁ ମାଲଦ୍ୱୀପ ଛୁଟି କାଟିବାକୁ ଯାଇଥିଲେ ଆଉ ଏବେ ଫଟୋ ସେୟାର କରିଛନ୍ତି ।
ତେବେ କାମ କଥା କହିବା ତ ବିଜୟଙ୍କ ଅପକମିଂ ଫିଲ୍ମ ‘ଜନ ଗନ ମନ’ ରହିଥିବା ବେଳେ ରଶ୍ମିକା ସିଦ୍ଧାର୍ଥଙ୍କ ସହିତ ‘ମିଶନ ମଜନୁ’ ଏବଂ ଅଲ୍ଲଙ୍କ ସହ ପୁଷ୍ପା୨ ଏବଂ ରଣବୀରଙ୍କ ସହିତ ଆନିମଲରେ ନଜର ଆସିବେ ।
ତେବେ ରଶ୍ମିକାଙ୍କ ଫିଲ୍ମ ‘ଆନିମଲ’ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ ହୋଇଛି । ନୂଆବର୍ଷକୁ ସ୍ୱାଗତ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରାଯାଇଛି। ଆନିମଲ ପୋଷ୍ଟରରେ ରଣବୀର କପୁରଙ୍କ ଭୟଙ୍କର ଲୁକ୍ ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ସାମ୍ନାକୁ ଆସିବା ପରେ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ଚାହିଁ ରହିଛନ୍ତି। ଫିଲ୍ମଟି ଆସନ୍ତା ଅଗଷ୍ଟ ୨୦୨୩ରେ ରିଲିଜ ହେବ । ରଣବୀର କପୁରଙ୍କ ସହିତ ଫିଲ୍ମରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ବଲିଉଡ କଳାକର ଅନୀଲ କପୁର, ବବି ଦେଓ୍ଵଲ ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା କରୁଛନ୍ତି ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…