ରଶ୍ମିକାଙ୍କ ପ୍ରେମରେ ଉବୁଟୁବୁ ବିଜୟ ଦେବୋରକୋଣ୍ଡା ! ପ୍ରେମକୁ ନୂଆବର୍ଷରେ ଏମିତି ଶୁଭେଚ୍ଛା ଜଣାଇଲେ ବିଜୟ

ବଲିଉଡରେ ବିବାଦ ଏବଂ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ପ୍ରତିଦିନ କିଛି ନା କିଛି ଖବରକୁ ନେଇ ଚର୍ଚ୍ଚା କିମ୍ବା ବିବାଦ ଲାଗିରହିଥାଏ । ଫିଲ୍ମ ହେଉ ଅବା ଗୀତ କିମ୍ବା ଅଭିନେତା,ଅଭିନେତ୍ରୀଙ୍କ ସଂପର୍କ । ତେବେ ଏହା ମଧ୍ୟରେ କିଛି ସତ ଥାଏ ଆଉ କିଛି ମିଛ । ଠିକ୍‌ ଏମିତି ଏକ ଖବରକୁ ନେଇ ଫ୍ୟାନ୍ସ ଚର୍ଚ୍ଚା କରିବାରେ ରହିଛନ୍ତି । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଛି। ଆଉ ଏହା ମଧ୍ୟରେ ଦୁହେଁ ଛୁଟି କଟାଇବାକୁ ଯାଇ ଫଟୋ ସେୟାର କରିଛନ୍ତି। ଯାହା ଫ୍ୟାନ୍ସଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

ଦୁହେଁ ନିଜ ସଂପର୍କକୁ ନେଇ ମନା କରୁଥିବା ବେଳେ ଏଭଳି ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ଫ୍ୟାନ୍ସଙ୍କ ସନ୍ଦେହକୁ ଘନୀଭୂତ କରୁଛି । ବିଜୟ ଏବଂ ରଶ୍ମିକା ନିଜ ଇନଷ୍ଟାଗ୍ରାମରେ ସେକ୍ସି ଫଟୋ ସେୟାର କରି ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି । ବିଜୟ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଏମିତି ବର୍ଷ, ଯେଉଁଥିରେ ଆମେ ବହୁତ ହସିଛେ ଆଉ ଅଳ୍ପ କାନ୍ଦିଛେ, ଲକ୍ଷ୍ୟ ସାଧନା କରିଛେ ହେଲେ କିଛି ଜିତିଛେ କିଛି ହାରିଛେ । ଆମେ ସବୁ ମିଶି ସେଲିବ୍ରେଟ୍‌ କରିବା, ଏଇ ତ ଜୀବନ। ନୂଆବର୍ଷର ହାର୍ଦ୍ଦିକ ଅଭିନନ୍ଦନ ମାଇଁ ଲଭ୍‌ ।

 

View this post on Instagram

 

A post shared by Vijay Deverakonda (@thedeverakonda)

ସେହିଭଳି ରଶ୍ମିକା ମଧ୍ୟ ଏକ ସିଜିଲିଂ ଫଟୋ ସେୟାର କରିଛନ୍ତି । ଆଉ ସେ ଲେଖିଛନ୍ତି, ହାଲୋ ୨୦୨୩…। ରଶ୍ମିକା ଏବଂ ବିଜୟଙ୍କ ଏଭଳି ଫଟୋ ଦେଖି ଫ୍ୟାନ୍ସ ଅନୁମାନ କରୁଛନ୍ତି କି, ଦୁହେଁ ଏକାଠି ବୁଲିବାକୁ ଯାଇଛନ୍ତି। ଆଉ ଫଟୋ ସେୟାର କରିଛନ୍ତି । ଆଉ କିଛି କହୁଛନ୍ତି, ଦୁହେଁ ପୂର୍ବରୁ ମାଲଦ୍ୱୀପ ଛୁଟି କାଟିବାକୁ ଯାଇଥିଲେ ଆଉ ଏବେ ଫଟୋ ସେୟାର କରିଛନ୍ତି ।

ତେବେ କାମ କଥା କହିବା ତ ବିଜୟଙ୍କ ଅପକମିଂ ଫିଲ୍ମ ‘ଜନ ଗନ ମନ’ ରହିଥିବା ବେଳେ ରଶ୍ମିକା ସିଦ୍ଧାର୍ଥଙ୍କ ସହିତ ‘ମିଶନ ମଜନୁ’ ଏବଂ ଅଲ୍ଲଙ୍କ ସହ ପୁଷ୍ପା୨ ଏବଂ ରଣବୀରଙ୍କ ସହିତ ଆନିମଲରେ ନଜର ଆସିବେ ।

ତେବେ ରଶ୍ମିକାଙ୍କ ଫିଲ୍ମ ‘ଆନିମଲ’ର ଫାଷ୍ଟ ଲୁକ୍‌ ପୋଷ୍ଟର ରିଲିଜ ହୋଇଛି । ନୂଆବର୍ଷକୁ ସ୍ୱାଗତ କରି ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରାଯାଇଛି। ଆନିମଲ ପୋଷ୍ଟରରେ ରଣବୀର କପୁରଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ ମିଳିଛି । ଫିଲ୍ମର ଫାଷ୍ଟ ଲୁକ୍‌ ପୋଷ୍ଟର ସାମ୍ନାକୁ ଆସିବା ପରେ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ଚାହିଁ ରହିଛନ୍ତି। ଫିଲ୍ମଟି ଆସନ୍ତା ଅଗଷ୍ଟ ୨୦୨୩ରେ ରିଲିଜ ହେବ । ରଣବୀର କପୁରଙ୍କ ସହିତ ଫିଲ୍ମରେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିରେ ବଲିଉଡ କଳାକର ଅନୀଲ କପୁର, ବବି ଦେଓ୍ଵଲ ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ସନ୍ଦୀପ ରେଡ୍ଡୀ ବାଙ୍ଗା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.