ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖଦ ଖବର: ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ

ଜୟପୁର(କେନ୍ୟୁଜ୍): ପରଲୋକରେ ଜୟପୁର ରାଜ ପରିବାରର ଶେଷ ରାଣୀ । ରାଜମାତା ରମାକୁମାରୀ ଦେବୀଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଜୟପୁର ସ୍ଥିତ ମୋତି ପ୍ୟାଲେସରେ ଦେହାନ୍ତ ହୋଇଛି।

ଏବେ ରାଣୀଙ୍କ ପାଖରେ ସାନବୋହୂ ସାରିକା ଦେବୀ ଓ ନାତି ତଥା ଯୁବରାଜ ଉପସ୍ଥିତ ଅଛନ୍ତି । ଜୟପୁର ରାଜମହଲରେ ପୋଲିସ ଓ ଡାକ୍ତରୀ ଟିମ୍‌ ଉପସ୍ଥିତ ଅଛନ୍ତି । ରାଜକୀୟ ପରମ୍ପରାରେ ଶେଷରାଣୀଙ୍କ ଶେଷକୃତ୍ୟ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ଗାଁରୁ ରାଜପରିବାରର ସେବାୟତଙ୍କ ଭିଡ଼ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.