photo credit : abplive.com
ବଲିଉଡ ଆକ୍ଟର ଅନୁପମଖେର ଜଣେ ମହାନ ଅଭିନେତା | ତାଙ୍କର ବହୁମୁଖୀ ପ୍ରତିଭା ବିଷୟରେ କିଏ ବା ନଜାଣେ | ଆଜି ଆପଣମାନଙ୍କୁ ତାଙ୍କ ବିଷୟରେ ଏକ ଖାସ କଥା କହୁଛୁ | ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |
ବଲିଉଡ ଆକ୍ଟର ଅନୁପମଖେର ସବୁବେଳେ ନିଜର ଆକ୍ଟିଙ୍ଗ ଦ୍ୱାରା ସମସ୍ତଙ୍କର ହୃଦୟ ଜିତି ନିଅନ୍ତି | ସେ ନିଜର ଆକ୍ଟିଙ୍ଗ କ୍ୟାରିୟର ରେ ଏପର୍ଯ୍ୟନ୍ତ ସବୁ ପ୍ରକାର ଭୂମିକା ରେ ଅଭିନୟ କରିଛନ୍ତି | ଅନୁପମଖେର ବଲିଉଡ଼ ଠାରୁ ହଲିଉଡ଼ ପର୍ଯ୍ୟନ୍ତ ସବୁ ଜାଗାରେ କାମ କରିଛନ୍ତି | କିନ୍ତୁ ଆପଣ ଜାଣିଛନ୍ତି କି ଥରେ ଅନୁପମଖେର ଅଡିସନ ଦେବାପାଇଁ ପଇସା ଚୋରି କରିଥିଲେ | ଆଜି ଅନୁପମଖେରଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ |
ସିମଲାରେ କଲେଜରେ ପଢ଼ୁଥିବା ସମୟରେ ଅନୁପମଖେରଙ୍କୁ ପଞ୍ଜାବ ୟୁନିଭର୍ସିଟିରେ ବ୍ୟାକ ଇନ ଅଡିସନ ଆଟେଣ୍ଡ କରିବା ପାଇଁ ଯିବାର ଥିଲା | ଯେଉଁଥିରେ ସିଲେକ୍ଟ ହେବାକୁ ଥିବା ଛାତ୍ରମାନଙ୍କୁ ୨00 ଟଙ୍କାର ସ୍କଲାରସିପ ମିଳିବାର ଥିଲା | ଅନୁପମଖେର ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ କି ତାଙ୍କ ପାଖରେ ପିତା-ମାତାଙ୍କୁ ପଇସା ମାଗିବାର ସାହସ ନ ଥିଲା, ତେଣୁ ସେ ନିଜର ମାଙ୍କ
ମନ୍ଦିରରୁ ୧୧୮ ଟଙ୍କା ଚୋରି କରିଥିଲେ |
ଅନୁପମଖେର ସେହି ଦିନକୁ ମନେ ପକେଇ କହନ୍ତି କି ଯେତେବେଳେ ଅଡିସନ ଦେଇସାରି ଘରକୁ ଫେରିଲେ ସେତେବେଳକୁ ତାଙ୍କ ବାବା -ମା ପୋଲିସକୁ ଡାକି ସାରିଥିଲେ ଯେ ଚୋରି ହୋଇଛି ବୋଲି | ଅନୁପମଖେର ପ୍ରଥମେ ତ ମାନିଲେ ନାହିଁ କି ସେ ଚୋରି କରିଛନ୍ତି ବୋଲି କିନ୍ତୁ ଗୋଟିଏ ସପ୍ତାହ ପରେ ଯେତେବେଳେ ତାଙ୍କ ବାବା ପଚାରି ଥିଲେ ସେତେବେଳେ ସେ ସ୍ୱୀକାର କରିଥିଲେ |
ଚୋରି କରିଥିବା କଥା ତାଙ୍କ ମା ଜାଣିବା ପରେ ଅନୁପମଖେରଙ୍କୁ ଏକ ଜୋରଦାର ଥପ୍ପଡ ମାରିଥିଲେ | ସେହିଠାରେ ଉପସ୍ଥିତ ଥିବା ତାଙ୍କ ବାବା ଜଣେଇ ଥିଲେ କି ତାଙ୍କୁ (ଅନୁପମଙ୍କୁ) ସ୍କଲାରସିପ ମିଳିଯାଇଛି ବୋଲି | ସେଦିନ ଯଦି ସେ ସେହି ତାଙ୍କ ଚୋରାଇ ଅଡିସନ ଦେବାକୁ ଯାଇ ନଥାନ୍ତେ ତେବେ ସେ ଅଭିନେତା ବଦଳରେ ଆଉ କଣ ହୋଇଥାନ୍ତେ |
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…