ମନୋରଂଜନ

ଅର୍ଥ ଅଭାବରୁ ଅମିତାଭ ବଚ୍ଚନଙ୍କୁ ବି କିଛି ରାତି କାଟିବାକୁ ପଡିଥିଲା ମରିନ ଡ୍ରାଇଭ ବେଞ୍ଚ ଉପରେ

ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଶତାବ୍ଦୀର ମହାନାୟକ କୁହାଯାଏ | ଫ୍ୟାନ୍ସ ମାନଙ୍କ ମଧ୍ୟରେ ବିଗ ବି ନାମରେ ପ୍ରସିଦ୍ଧ ଅମିତାଭ ହେଉଛନ୍ତି ଇଣ୍ଡଷ୍ଟ୍ରିର ସୁପରଷ୍ଟାର | ବିଗ ବି’ଙ୍କ ନାମ କହିଲେ ଫିଲ୍ମ ଜଗତର ଜଣେ ସଫଳ ଓ ପ୍ରତିଷ୍ଠିତ ବ୍ୟକ୍ତିତ୍ୱକୁ ବୁଝାଏ | ତେବେ ଅମିତାଭ ବଚ୍ଚନଙ୍କୁ ଏ ସଫଳତା ଏମିତି ମିଳି ନାହିଁ ,ଏଥିପାଇଁ ତାଙ୍କୁ ବହୁତ ପରିଶ୍ରମ ଓ ସଂଘର୍ଷ ବି କରିବାକୁ ପଡିଛି | ହେଲେ ଏହି ସଫଳତା ପଛରେ ଯେ କେତେ ଦୁଃଖଦ ଓ ଅଭାବନୀୟ ଘଟଣା ଲୁଚି ରହିଛି ତାହା ଖୁବ କମ ଲୋକ ଜାଣିଥିବେ | ଆସନ୍ତୁ ଜାଣିବା ଅମିତାଭଙ୍କ ବିଷୟରେ ଏମିତି ଏକ କାହାଣୀ |

ଅମିତାଭ ବଚ୍ଚନଙ୍କୁ ଆଜି ବଲିଉଡ୍‌ ଶାହେନଶା କୁହାଯାଏ ସତ କିନ୍ତୁ ଗୋଟେ ସମୟ ଥିଲା ଯେବେ ସେ ଚାକିରି ଖଣ୍ଡେ ପାଇଁ ରାସ୍ତାରେ ବୁଲୁଥିଲେ | ଅମିତାଭ ଆଜି ନିଜର ପରିଶ୍ରମର ଉପହାର ସ୍ୱରୂପ ଇଣ୍ଡଷ୍ଟ୍ରିରେ ଏ ପରିଚୟ ହାସଲ କରିଛନ୍ତି | ଅମିତାଭ ଆଜି ନିଜ ଦମଦାର ଆବାଜ ପାଇଁ ବି ବେଶ୍‌ ପରିଚିତ ଅଟନ୍ତି | କିନ୍ତୁ ଏକଦା ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଆବାଜ ପାଇଁ ଅଲ ଇଣ୍ଡିଆ ରେଡିଓରେ ବି ପ୍ରତ୍ୟାଖ୍ୟାନ କରାଯାଇଥିଲା |

ଏକ ଇଣ୍ଟରଭିୟୁରେ ଅମିତାଭ ନିଜର ସଂଘର୍ଷ ଦିନକୁ ମନେ ପକେଇ କହିଥିଲେ କି ଗୋଟିଏ ଡ୍ରାଇଭିଙ୍ଗ ଲାଇସେନ୍ସ ସହିତ ମୁମ୍ବଇ ଆସିଥିଲି | ସେ ଭାବିଥିଲେ କି ଯଦି ଆକ୍ଟର ନ ହୋଇ ପାରିବେ ତେବେ ଟ୍ୟାକ୍ସି ହିଁ ଚଳେଇବେ | ଅମିତାଭ ଏକଥା ବି କହିଥିଲେ କି ପଇସା ଅଭାବରୁ କିଛି ରାତି ମରିନ ଡ୍ରାଇଭର ବେଞ୍ଚ ଉପରେ ଶୋଇଥିଲେ | ତାଙ୍କର ପ୍ରଥମ ଫିଲ୍ମ’ ସାତ ହିନ୍ଦୁସ୍ତାନୀ ‘ ପାଇଁ ତାଙ୍କୁ ୫ ହଜାର ଟଙ୍କା ଫିସ ମିଳିଥିଲା | ଆଉ ବେଶ୍‌ କିଛି ବର୍ଷର ସଂଘର୍ଷ ପରେ ତାଙ୍କୁ ଷ୍ଟାର୍‌ ବନାଇଥିଲା ‘ଜଂଜିର’ ଫିଲ୍ମ ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

42 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

53 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago