Categories: ମନୋରଂଜନ

ଜାଣିଛନ୍ତି କାହିଁକି ବନ୍ଦ ହୋଇଗଲା ଲୋକପ୍ରିୟ ଧାରାବାହିକ ଶକ୍ତିମାନ ? ପଢନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ପିଲା ପଢୁଥିଲେ, ଘରର ମହିଳା ରୋଷେଇ ଘରେ ଖାଇବା ତିଆରି କରିବାରେ ବ୍ୟସ୍ତ ରହୁଥିଲେ । ବୟସ୍କ ବ୍ୟକ୍ତି ନିଜ ସମବୟସ୍କ ଲୋକଙ୍କ ସହ କଥାବାର୍ତ୍ତାରେ ମସଗୁଲ୍ ଥିବା ବେଳେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ଯୁବପିଢୀ । କିନ୍ତୁ ଯେମିତି ଦୁରଦର୍ଶନରେ ମୁକେଶ ଖାନ୍ନାଙ୍କ ଧାରାବାହିକ ଶକ୍ତିମାନ ଆରମ୍ଭ ହେବାର ସମୟ ହୋଇଯାଉଥିଲା ସମସ୍ତେ ନିଜ ନିଜ କାମ ଦାମ ଛାଡି ଟିଭି ସାମ୍ନାରେ ବସି ଯାଉଥିଲେ ।

ତେବେ ଯେତିକି ଲୋକପ୍ରିୟତା ଶକ୍ତିମାନ ପାଇଥିଲା ଆଜି ଯାଏଁ କୌଣସି ଧାରାବାହିକ ସେତିକି ଲୋକପ୍ରିୟତା ପାଇ ନାହିଁ । ହେଲେ ନ ଚାହୁଁଥିଲେ ସୁଦ୍ଧା ଧାରାବାହିକକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ମୁକେଶ ଖାନ୍ନା । କେବଳ ଚର୍ଚ୍ଚା ନୁହେଁ ଅନେକ କଳଙ୍କ ମଧ୍ୟ ମୁଣ୍ଡାଇଛି ଶକ୍ତିମାନ୍ । ଏହି ଧାରାବାହିକ ବନ୍ଦ ହେବାର ଅନେକ କାରଣ ସାମ୍ନାକୁ ଆସିଥିଲା । ଯେମିତି କି ପିଲାମାନେ ଶକ୍ତିମାନ ପରି ଗୋଲ ଗୋଲ୍ ବୁଲି ଛାତରୁ ପଡି ଆହତ ହେଉଥିଲେ । ଏପରିକି କେତେ ଜଣଙ୍କ ଜୀବନ ମଧ୍ୟ ଚାଲିଯିବାର ଶୁଣିବାକୁ ମିଳିଥିଲା । କେହି ପିଲା ଛାତ ଉପରୁ ଡେଇଁ ପଡିଥିଲେ ତ ଆଉ କେହି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ସେମାନେ ଭାବୁଥିଲେ ଯେ ଶକ୍ତିମାନ ସେମାନଙ୍କୁ ବଂଚାଇବାକୁ ଆସିବ ବୋଲି ।

ଏହା ସହ ଧାରାବାହିକ ବନ୍ଦ ହେବାର ଆଉ ଏକ କାରଣ ମଧ୍ୟ ଶୁଣିବାକୁ ମିଳିଛି । ଦୁରଦର୍ଶନରେ ଶକ୍ତିମାନ୍ ଦେଖାଇବା ପାଇଁ ୧୦ ଲକ୍ଷ ଟଙ୍କା ନେଉଥିଲେ ମୁକେଶ । କିନ୍ତୁ ବଢୁଥିବା ଲୋକପ୍ରିୟତାକୁ ଦେଖି ମୁକେଶ କୁଆଡେ ନିଜ ପାରିଶ୍ରମିକ ବଢାଇ ୨୫ ଲକ୍ଷ କରିଦେଇଥିଲେ । ଆଉ ସେ ସମୟରେ ଟିଭିରେ ବିଜ୍ଞାପନର ଏତେ ପ୍ରଚଳନ ନଥିଲା ଯେ ମୁକେଶଙ୍କ ଦାବିକୁ ପୁରା କରିପାରିଥାନ୍ତା ଦୁରଦର୍ଶନ । ଶକ୍ତିମାନର ପ୍ରତ୍ୟେକ ସିନ୍ ପାଇଁ ଟେକ୍ନୋଲୋଜି ମଧ୍ୟ ଖୁବ୍ ମହଙ୍ଗା ପଡୁଥିଲା । ତେଣୁ ଏହି ସବୁ କାରଣ ପାଇଁ ଦେଶର ପ୍ରଥମ ସୁପରମ୍ୟାନ୍ ଶକ୍ତିମାନକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ମୁକେଶ ଖାନ୍ନା ।

KNews Bureau

Recent Posts

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋ…

57 seconds ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

1 hour ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

1 hour ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

1 hour ago

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ: ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ ।  ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ…

2 hours ago

ଆଜିର ପେଟ୍ରୋଲ ଦର; ଘରୁ ବାହାରିବା ପୂର୍ବରୁ ଯାଞ୍ଚ କରନ୍ତୁ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

2 hours ago