ଜାଣିଛନ୍ତି କାହିଁକି ବନ୍ଦ ହୋଇଗଲା ଲୋକପ୍ରିୟ ଧାରାବାହିକ ଶକ୍ତିମାନ ? ପଢନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ପିଲା ପଢୁଥିଲେ, ଘରର ମହିଳା ରୋଷେଇ ଘରେ ଖାଇବା ତିଆରି କରିବାରେ ବ୍ୟସ୍ତ ରହୁଥିଲେ । ବୟସ୍କ ବ୍ୟକ୍ତି ନିଜ ସମବୟସ୍କ ଲୋକଙ୍କ ସହ କଥାବାର୍ତ୍ତାରେ ମସଗୁଲ୍ ଥିବା ବେଳେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ଯୁବପିଢୀ । କିନ୍ତୁ ଯେମିତି ଦୁରଦର୍ଶନରେ ମୁକେଶ ଖାନ୍ନାଙ୍କ ଧାରାବାହିକ ଶକ୍ତିମାନ ଆରମ୍ଭ ହେବାର ସମୟ ହୋଇଯାଉଥିଲା ସମସ୍ତେ ନିଜ ନିଜ କାମ ଦାମ ଛାଡି ଟିଭି ସାମ୍ନାରେ ବସି ଯାଉଥିଲେ ।

gangadharତେବେ ଯେତିକି ଲୋକପ୍ରିୟତା ଶକ୍ତିମାନ ପାଇଥିଲା ଆଜି ଯାଏଁ କୌଣସି ଧାରାବାହିକ ସେତିକି ଲୋକପ୍ରିୟତା ପାଇ ନାହିଁ । ହେଲେ ନ ଚାହୁଁଥିଲେ ସୁଦ୍ଧା ଧାରାବାହିକକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ମୁକେଶ ଖାନ୍ନା । କେବଳ ଚର୍ଚ୍ଚା ନୁହେଁ ଅନେକ କଳଙ୍କ ମଧ୍ୟ ମୁଣ୍ଡାଇଛି ଶକ୍ତିମାନ୍ । ଏହି ଧାରାବାହିକ ବନ୍ଦ ହେବାର ଅନେକ କାରଣ ସାମ୍ନାକୁ ଆସିଥିଲା । ଯେମିତି କି ପିଲାମାନେ ଶକ୍ତିମାନ ପରି ଗୋଲ ଗୋଲ୍ ବୁଲି ଛାତରୁ ପଡି ଆହତ ହେଉଥିଲେ । ଏପରିକି କେତେ ଜଣଙ୍କ ଜୀବନ ମଧ୍ୟ ଚାଲିଯିବାର ଶୁଣିବାକୁ ମିଳିଥିଲା । କେହି ପିଲା ଛାତ ଉପରୁ ଡେଇଁ ପଡିଥିଲେ ତ ଆଉ କେହି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । କାରଣ ସେମାନେ ଭାବୁଥିଲେ ଯେ ଶକ୍ତିମାନ ସେମାନଙ୍କୁ ବଂଚାଇବାକୁ ଆସିବ ବୋଲି ।

shaktimaanଏହା ସହ ଧାରାବାହିକ ବନ୍ଦ ହେବାର ଆଉ ଏକ କାରଣ ମଧ୍ୟ ଶୁଣିବାକୁ ମିଳିଛି । ଦୁରଦର୍ଶନରେ ଶକ୍ତିମାନ୍ ଦେଖାଇବା ପାଇଁ ୧୦ ଲକ୍ଷ ଟଙ୍କା ନେଉଥିଲେ ମୁକେଶ । କିନ୍ତୁ ବଢୁଥିବା ଲୋକପ୍ରିୟତାକୁ ଦେଖି ମୁକେଶ କୁଆଡେ ନିଜ ପାରିଶ୍ରମିକ ବଢାଇ ୨୫ ଲକ୍ଷ କରିଦେଇଥିଲେ । ଆଉ ସେ ସମୟରେ ଟିଭିରେ ବିଜ୍ଞାପନର ଏତେ ପ୍ରଚଳନ ନଥିଲା ଯେ ମୁକେଶଙ୍କ ଦାବିକୁ ପୁରା କରିପାରିଥାନ୍ତା ଦୁରଦର୍ଶନ । ଶକ୍ତିମାନର ପ୍ରତ୍ୟେକ ସିନ୍ ପାଇଁ ଟେକ୍ନୋଲୋଜି ମଧ୍ୟ ଖୁବ୍ ମହଙ୍ଗା ପଡୁଥିଲା । ତେଣୁ ଏହି ସବୁ କାରଣ ପାଇଁ ଦେଶର ପ୍ରଥମ ସୁପରମ୍ୟାନ୍ ଶକ୍ତିମାନକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ମୁକେଶ ଖାନ୍ନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.