ମନୋରଂଜନ

ଓସ୍କାର ଆଓ୍ଵାର୍ଡ ଶୋରେ ହୋଷ୍ଟକୁ ଚାପୁଡା ମାରିଲେ ଅଭିନେତା ସ୍ମିଥ, ଟ୍ଵିଟରରେ ଭିଡିଓ କରୁଛି ଟ୍ରେଣ୍ଡ

ଚଳିତ ବର୍ଷର ଓସ୍କାର ଆଓ୍ଵାର୍ଡ ଶୋରେ ଏମିତି କିଛି ଦେଖିବାକୁ ମିଳିଛି, ଯାହା ହୁଏତ ଆପଣ ପୂର୍ବରୁ କେବେ ଦେଖିନଥିବେ। ଏହି କାର୍ଯ୍ୟକ୍ରମରେ ହୋଷ୍ଟ କରୁଥିବା କ୍ରିସ ରକଙ୍କୁ ଚାପୁଡ଼ା ମାରିଛନ୍ତି ଅଭିନେତା ୱିଲ ସ୍ମିଥ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ଏହି ସିନ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଆଓ୍ଵାର୍ଡ ଶୋରେ ସ୍ମିଥଙ୍କ ପତ୍ନୀଙ୍କୁ ନେଇ କିଛି ମଜାଳିଆ କମେଣ୍ଟ କରିଥିଲେ ରକ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ।

ଖବର ମୁତାବକ, ଫିଲ୍ମ ଜିଆ ଜାନେକୁ ନେଇ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଡ ସ୍ମିଥଙ୍କୁ ଥଟ୍ଟା କରିଥିଲେ ରକ । ରକ କହିଥିଲେ ଯେ, ଜେଡାଙ୍କ ମୁଣ୍ଡରେ ଚୁଟି ନଥିବାରୁ ତାଙ୍କୁ ଉକ୍ତ ଫିଲ୍ମରେ କାମ ମିଳିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପାଇଁ କେବଳ ଜେଡା ନିଜର ମୁଣ୍ଡର ଚୁଟି କାଟିଥିଲେ ।

ରକ୍‌ଙ୍କ ଏପରି ମଜାଳିଆ କମେଣ୍ଟକୁ ସହ୍ୟ କରିପାରିଥିଲେ ସ୍ମିଥ । ସେ ତାଙ୍କ ସିଟରୁ ଉଠିଯାଇ ହୋଷ୍ଟ ରକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ମୋ ପତ୍ନୀଙ୍କ ନାମ ଦ୍ୱିତୀୟ ଥର ନେବ ନାହିଁ ବୋଲି ଚେତାବନୀ ଦେଇଥିଲେ ସ୍ମିଥ । ରକ ମଧ୍ୟ ଏପରି ପୁନର୍ବାର ନ କରିବାକୁ କହିଥିଲେ । ତେବେ ଓସ୍କାରରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ମାତ୍ର କିଛି ମିନିଟ ମଧ୍ୟରେ ସ୍ମିଥ ଓ ରକଙ୍କୁ ନେଇ ଟ୍ୱିଟର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।

Swagatika

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

2 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

14 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

15 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago