ଦେଶ ବିଦେଶ

ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ: ଦିନେ ଥିଲା ଖୁବ୍‌ ସୁନ୍ଦର ଆଜି ଭଗ୍ନ ସ୍ତୁପରେ ପରିଣତ, ଦେଖନ୍ତୁ ଫଟୋ

କେନ୍ୟୁଜ୍(ବ୍ୟୁରୋ): ଧ୍ୱସ୍ତ ବିଧ୍ୱସ୍ତ ବନ୍ଦର ସହର ମାରିୟୁପୁଲ । ମାସକରେ ଋଷ ଆକ୍ରମଣରେ ଛାରଖାର ମାରିୟୁପୁଲ। ଋଷର ଘନ ଘନ ଆକ୍ରମଣ ମାରିୟୁପୁଲ୍‌ରେ ସ୍ଥିତି ଗମ୍ଭୀର ହୋଇପଡିଛି। ଲୋକମାନେ ବିଜୁଳି, ପାଣି, ବିଦ୍ୟୁତ ସଂଯୋଗରୁ ବଞ୍ଚିତ । ରାତି ଆକାଶରେ କେବଳ ବୋମା ବିସ୍ଫୋରଣର ଆଲୁଅ । ଦିନେ ଖୁବ୍‌ ସୁନ୍ଦର ଥିବା ମାରିୟୁପୁଲ ଆଜି ଭଗ୍ନ ସ୍ତୁପରେ ପରିଣତ ହୋଇଛି। ପୂର୍ବରୁ ମାରିୟିପୁଲକୁ ସରେଣ୍ଡର କରିବାକୁ ଋଷ ୟୁକ୍ରେନକୁ ଚେତାବନୀ ଦେଇଥିଲା। ମାତ୍ର ୟୁକ୍ରେନ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯିବାରୁ ରୁଷ ଆକ୍ରମଣ ତୀବ୍ର କରିଥିଲା।

ସୂଚନା ଥାଉକି, ଆଜି ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି କଥାବାର୍ତ୍ତା । ଭୟାବହ ଯୁଦ୍ଧ ମଧ୍ୟରେ ଆଜି ଶାନ୍ତି କଥାବାର୍ତ୍ତା । ତୁର୍କୀରେ ଆଜି ହେବ ଋଷ-ୟୁକ୍ରେନ କଥାବାର୍ତ୍ତା । ଏହା ପଞ୍ଚମ ପର୍ଯ୍ୟାୟ କଥାବାର୍ତ୍ତା ହେବ । କଥାବାର୍ତ୍ତା ପୂର୍ବରୁ ଜେଲେନସ୍କି ରଖିଲେ ବଡ଼ ବୟାନ । ନ୍ୟୁଟ୍ରାଲ ଷ୍ଟାଟସ ଉପରେ କଥାବାର୍ତ୍ତା ପାଇଁ ପ୍ରସ୍ତୁତ ବୋଲି ଜେଲେନସ୍କି କହିଛନ୍ତି । କିନ୍ତୁ ୟୁକ୍ରେନକୁ ସିକ୍ୟୁରିଟି ଗ୍ୟାରେଣ୍ଟି ଦରକାର । ନ୍ୟୁଟ୍ରାଲ ଷ୍ଟାଟସକୁ ଲୋକଙ୍କ ଅନୁମତି ବି ଦରକାର । ନ୍ୟୁଟ୍ରାଲ ଷ୍ଟାଟସ ଉପରେ ଜନମତ ସଂଗ୍ରହ ହେବ । ଶାନ୍ତି ଓ ସ୍ୱାଭାବିକ ଜୀବନ ଯାତ୍ରା ଫେରିବା ଆମ ଲକ୍ଷ୍ୟ ବୋଲି କହିଛନ୍ତି ଜେଲେନସ୍କି।

ଏପଟେ କିଭ୍‌ ଆକ୍ରମଣରୁ ହଟିଲା ଋଷ । ୟୁକ୍ରେନ ରାଜଧାନୀ କିଭ୍‌ ଆକ୍ରମଣରୁ ଋଷ ଏବେ ବିରତ ରହିଲା । ପ୍ରତିଆକ୍ରମଣ ପରେ ଋଷ ସେନାର କିଭ୍‌ ଯୋଜନା ଫେଲ ମାରିଲା । ଆଜିଠୁ କିଭ୍‌ରେ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ ।

Sonalisa

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

11 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

20 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

54 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago