ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାଣୀ ନିୟନ୍ତ୍ରଣରେ ରଖିବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଦୂରଯାତ୍ରା କରନ୍ତୁ ନାହିଁ । ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ।ବୃଷ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ ।

ମିଥୁନ : ଧନ ଲାଭ ଯୋଗ ରହିଛି । ନୂଆ ବିଚାରରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ଦେଖି ଆପଣ ନିଜେ ଖୁବ୍ ଖୁସି ହେବେ। ଗୁରୁଜନଙ୍କ ସମ୍ମାନ କରନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି କରିବେ ।

କର୍କଟ : ଆଜି ଆପଣଙ୍କୁ ନିଜ ଘର ବଦଳାଇବାକୁ ପଡ଼ିପାରେ। ଧନ ଲାଭ ସହ କୁଟୁମ୍ବରେ ଆନନ୍ଦ ମିଳିବ । ପୁରୁଣା କଥାକୁ ନେଇ ଚିନ୍ତିତ ହେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ସିଂହ : ଆଜି ଆପଣ ଏଭଳି କିଛି କରିବେ ଯାହା ଦ୍ବାରା ଆପଣ ଆଖ-ପାଖରେ ଥିବା ଲୋକମାନଙ୍କୁ ପ୍ରଭାବିତ କରିପାରିବେ। ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ ସମସ୍ୟା ଦୂର ହେବ । ସ୍ଥିରମନ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ।

 

କନ୍ୟା : କର୍ମକ୍ଷେତ୍ରରେ ସଜାଗ ରହିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ । ମନରୁ ସନ୍ଦେହ ଭାବ ଦୂର କରନ୍ତୁ ।

ତୁଳା : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। ଗୁରୁଜନଙ୍କ ସହଯୋଗ ମିଳିବ । ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ ।

ବିଛା : କୁଟୁମ୍ବରେ ଆନନ୍ଦ ଦେଖାଦେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ ।

ଧନୁ : ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ ।

ମକର : ଶରୀର ଅସୁସ୍ଥ ରହିବ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆପଣଙ୍କ କାମରେ ଦେଖାଯାଉଥିବା ବାଧା କ୍ଷଣସ୍ଥାୟୀ ଅଟେ, ଯାହା ଉପଯୁକ୍ତ ସମୟରେ ସମାପ୍ତ ହୋଇଯିବ।

କୁମ୍ଭ : ବହୁତ ଜଲଦି ଆପଣ ନିଜର କାର୍ଯ୍ୟ ଶେଷ କରନ୍ତୁ ନଚେତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।

ମୀନ : ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ ।

Pritiparna

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

5 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

14 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

14 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

32 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

32 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

36 mins ago