ରାଶିଫଳ

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି । ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ ।

ବୃଷ: ଆଜି ଆପଣଙ୍କ ଦିନ ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ଅଧିକ ମଜଭୁତ ହେବ । ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ଯୋଜନା ଫଳପ୍ରଦ ହେବ । ବିବାହିତ ଲୋକମାନେ ଘରେ କୌଣସି ଛୋଟ ପାର୍ଟିର ଆୟୋଜନ କରିପାରନ୍ତି ।

ମିଥୁନ: ଆର୍ଥିକ ଦିଗ ମଜଭୁତ ହେବ । ପରିବାରର ଘନିଷ୍ଠତା ବଢ଼ିବ । ସନ୍ତାନ କିମ୍ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ । ସାମାଜିକ ପ୍ରତିଷ୍ଠା ବଢ଼ିବ । ଯାତ୍ରା ସୁଖଦ ହେବ । ଆପଣଙ୍କ ବ୍ୟବହାର ଅନ୍ୟକୁ ପ୍ରଭାବିତ କରିବ। ଲଭ୍‌ମେଟ୍‌ଙ୍କ ପାଇଁ ଦିନଟି ଭଲ ।

କର୍କଟ: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ । ଉପହାର କିମ୍ବା ସମ୍ମାନ ମିଳିବ । ଅନ୍ୟମାନଙ୍କଠାରୁ ସହଯୋଗ ନେବାରେ ସଫଳ ହେବେ । ପ୍ରେମ ସମ୍ବନ୍ଧରେ ଦିନଟି ବହୁତ ଭଲରେ କଟିବ । ବୁଦ୍ଧି, କୌଶଳ ସହିତ କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ ।

ସିଂହ: ଆଜିର ଅନ୍ୟର ପରାମର୍ଶ ଆପଣଙ୍କ ପାଇଁ ଫଳଦାୟୀ ହେବ । ବିବାହିତ ଲୋକଙ୍କ ପାଇଁ ଆଜିର ଦିନଟି ଭଲ । ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ଼ ହେବ । ପିଲାଙ୍କ ସହିତ କୌଣସି ପାର୍କକୁ ବୁଲିବାକୁ ଯିବେ । ପରିବାରରେ ଖୁସିର ମାହୋଲ ରହିବ । ପାଠରେ ମନ ଲାଗିବ ।

କନ୍ୟା: ନିଜ ଲୋକଠାରୁ ଚାପ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି । ରାଜନୈତିକ ଅଭିଳାଷ ପୂରଣ ହେବ । ବୈଦ୍ଧିକ ଆଲୋଚନା କରିବେ । ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଚାକିରି ସ୍ଥିତିରେ ସୁଧାର ଆସିବ ।

ତୁଳା: ଆଜି ବିଜନେସ୍‌ ସମ୍ବନ୍ଧୀୟ ଯାତ୍ରାରେ ଯାଇପାରନ୍ତି । ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ । ଆଖି ଏବଂ ପେଟଜନିତ ରୋଗକୁ ନେଇ ସଚେତନ ରୁହନ୍ତୁ । ପାରିବାରିକ ଦାୟିତ୍ୱଗୁଡିକ ପୂରଣ ହେବ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିବ ।

ବିଛା: ଆଜିର ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ଦିନର ସମସ୍ୟାର ଆଜି ସମାଧାନ ହେବ । ସ୍ୱାସ୍ଥ୍ୟ ଠିକ୍‌ଠାକ୍‌ ରହିବ । ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ । ଶିଶୁର ସଫଳତାରୁ ଖୁସି ମିଳିବ । ଜୀବନସାଥୀଙ୍କ ସହଯୋଗ ରହିବ ।

ଧନୁ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ମନ ବିବ୍ରତ ରହିବ । ବନ୍ଧୁତା ସମ୍ପର୍କ ଦୃଢ଼ ହେବ । ଆଜି ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ । ପୁରୁଣା କଥା ଭାବି ଚିନ୍ତିତ ରହିବେ ।  ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ମକର: ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ । ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ । ଶିକ୍ଷା ଦିଗରେ ଚାଲିଥିବା ପ୍ରୟାସ ସାର୍ଥକ ହେବ । ଆପଣଙ୍କ ଯୋଜନା ସଫଳ ହେବ । ଆଜି ଆପଣଙ୍କ ପରିଶ୍ରମ ସଫଳ ହେବ । ଆର୍ଥିକ ପକ୍ଷ ମଜଭୁତ ରହିବ । ଦାମ୍ପତ୍ୟ ଜୀବନ ଖୁସିରେ ଭରି ରହିବ ।

କୁମ୍ଭ: ମନରେ ଅଜ୍ଞାତ ଭୟ ବାସ କରିବ । ଶିକ୍ଷା ସମ୍ବନ୍ଧରେ ଏକ ଖୁସି ଖବର ମିଳିବ । ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ । ଜୀବିକା କ୍ଷେତ୍ରରେ ପ୍ରଗତି ହେବ ।

ମୀନ: ଆଜି ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ । ଅଫିସ୍‌ରେ କାମର ବୋଝ ଅଧିକ ରହିବ । ବିଜନେସ୍‌ ପାଇଁ ନୂଆ ପ୍ରପୋଜାଲ ମିଳିବ । କୌଣସି କାର୍ଯ୍ୟ ସମାପ୍ତ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ । ସନ୍ତାନଙ୍କ ସାହାଯ୍ୟରେ ବଡ଼ କାମ ସମାପ୍ତ ହେବ ।

 

D Sonali

Recent Posts

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

38 seconds ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

13 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

19 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

23 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

24 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago