ରାଶିଫଳ

ଆଜିର ରାଶିଫଳ : ଏହି ରାଶିର ଲୋକେ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଗୃହ ଉପଯୋଗୀ ବସ୍ତୁ ବୃଦ୍ଧି ପାଇବ । ଖର୍ଚ୍ଚ ଅଧିକ ହେବ । ବାପା ଓ ମା’ଙ୍କ ସମର୍ଥନ ପାଇବେ । ଅତ୍ୟଧିକ ଅଳସୁଆ ହେବେ । ଚାକିରିରେ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ଆୟ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ବୃଷ: ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ ପକ୍ଷ ମଜଭୁତ ହେବ । ବୌଦ୍ଧିକ କାର୍ଯ୍ୟରେ ମାନ ସମ୍ମାନ ପାଇବେ । ମନରେ ଶାନ୍ତି ଓ ସୁଖର ଭାବନା ରହିବ । ସାକ୍ଷାତକାରରେ ଆପଣ ସଫଳତା ପାଇବେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ଅଛି ।

ମିଥୁନ: ରୋଗ କିମ୍ବା ବିରୋଧୀ ଆପଣଙ୍କ ଚିନ୍ତାର କାରଣ ହୋଇପାରେ । ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ । ଜୀବିକା କ୍ଷେତ୍ରରେ ପ୍ରଗତି ହେବ ।

କର୍କଟ: ପୁରୁଷାର୍ଥ ସାର୍ଥକ ହେବ । ଭାଇ, ଭଉଣୀଙ୍କ ସହଯୋଗ ମିଳିବ । ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅଧିକାରୀଙ୍କଠାରୁ ସମର୍ଥନ ପାଇବେ । ପରିଶ୍ରମ ଅଧିକ କରିବେ । ସାଙ୍ଗମାନଙ୍କୁ ଭେଟି ପାରନ୍ତି । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କଥାବାର୍ତ୍ତାରେ ସଂଯତ ରୁହନ୍ତୁ ।

ସିଂହ: ଜୀବନସାଥୀଙ୍କ ସହଯୋଗ ମିଳିବ । ପାରିବାରିକ ଦାୟିତ୍ୱ ପୂରଣ କରିବେ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ । ମା’, ବାପାଙ୍କଠାରୁ ସମର୍ଥନ ପାଇବେ । ସାଙ୍ଗମାନଙ୍କ ସମର୍ଥନ ପାଇବେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆର୍ଥିକ ମାମଲାରେ ରିସ୍କ ଉଠାନ୍ତୁ ନାହିଁ ।

କନ୍ୟା: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟରେ ବୃଦ୍ଧି ଘଟିବ । ମନରେ ବହୁତ ଆତ୍ମବିଶ୍ୱାସ ରହିବ । ଲାଭର ସୁଯୋଗ ରହିବ । ଧୌର୍ଯ୍ୟର ଅଭାବ ରହିବ । ଚାକିରିରେ ପଦୋନ୍ନତି ପାଇପାରନ୍ତି । ବ୍ୟବସାୟିକ କ୍ଷେତ୍ରରେ ସାବଧାନ ରୁହନ୍ତୁ ।

ତୁଳା: ସାମାଜିକ ପ୍ରତିଷ୍ଠା ବଢ଼ିବ । ଦୀର୍ଘ ଦିନରୁ ଚାଲି ଆସୁଥିବା ସମସ୍ୟାର ସମାଧାନ ହେବ । ପୋଷାକ ଉପରେ ଖର୍ଚ୍ଚ ବୃଦ୍ଧି ପାଇବ । ପୁରୁଣା ବନ୍ଧୁଙ୍କୁ ଭେଟିବେ । କର୍ମକ୍ଷେତ୍ରରେ ପରିବର୍ତ୍ତନର ସମ୍ଭାବନା ରହିଛି । ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ ।

ବିଛା: କର୍ମକ୍ଷେତ୍ରରେ ବାଧା ଆସିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବାପା କିମ୍ବା ଧର୍ମଗୁରୁଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ପାଇବ । ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ । ସଞ୍ଚିତ ଅର୍ଥ ହ୍ରାସ ପାଇପାରେ । ଧନ, ସମ୍ମାନ, ଯଶ, କୀର୍ତ୍ତି ବଢ଼ିବ । ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ ।

ଧନୁ: ଭାଇ ଭଉଣୀଙ୍କ ଯୋଗୁ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆପଣ ବେକାରରେ ଦ୍ୱନ୍ଦ୍ୱରେ ରହିବେ । ଲେଖା ଏବଂ ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାଙ୍ଗଙ୍କ ସହ ସମ୍ପର୍କ ଦୃଢ଼ ହେବ । ଯାତ୍ରା ଉତ୍ସାହଜନକ ରହିବ । ରଚନାତ୍ମକ ପ୍ରୟାସ ଫଳୀଭୂତ ହେବ ।

ମକର: କଥାବାର୍ତ୍ତାରେ ସନ୍ତୁଳନ ବଜାୟ ରଖନ୍ତୁ । କଳା ଓ ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିପାରେ । ସନ୍ତାନର ଦାୟିତ୍ୱ ପୂରଣ କରିବେ । ବ୍ୟବସାୟିକ ପ୍ରତିଷ୍ଠା ବଢ଼ିବ। ଯଶ, କୀର୍ତ୍ତିରେ ବୃଦ୍ଧି ହେବ । ଆୟର ଉତ୍ସ ସୃଷ୍ଟି ହୋଇପାରେ । ସ୍ୱଭାବରେ ଚିଡ଼ଚିଡ଼ାପଣ ରହିବ । ଉପହାର କିମ୍ବା ସମ୍ମାନରେ ବୃଦ୍ଧି ହେବ ।

କୁମ୍ଭ: ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବନ୍ଧୁଙ୍କ ସମର୍ଥନ ମିଳିବ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ସାଙ୍ଗଙ୍କ ସହାୟତାରେ ଚାକିରିର ସୁଯୋଗ ମିଳିପାରେ । ରଚନାତ୍ମକ ପ୍ରୟାସ ସାର୍ଥକ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ମୀନ: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ । ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ କରାଯାଇଥିବା ଶ୍ରମ ସାର୍ଥକ ହେବ । ଯାତ୍ରା ଖର୍ଚ୍ଚ ବୃଦ୍ଧି ପାଇବ। ଧୌର୍ଯ୍ୟର ଅଭାବ ରହିବ । କଥାବାର୍ତ୍ତାରେ ଶାନ୍ତ ରୁହନ୍ତୁ । ଆତ୍ମସଂଯତ ରୁହନ୍ତୁ । ଆୟର ଉତ୍ସ ବୃଦ୍ଧି ପାଇବ । ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ । ଯାତ୍ରା ଯୋଗ ରହିଛି ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

58 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago