ରାଜ୍ୟ

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢ଼ୁଛି ଉତ୍କଣ୍ଠା, ରେସରେ ଅଛନ୍ତି ଏହି ସବୁ ଚେହେରା…

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ମୁଖ୍ୟମନ୍ତ୍ରୀ ? ଉତ୍କଣ୍ଠା ବଢ଼ୁଛି। ରାଜ୍ୟରେ ପ୍ରଥମ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇଛି ଦଳ। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ? କିଏ ଧରିବେ ଓଡ଼ିଶା ଶାସନର ମଙ୍ଗ ? ଏହାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଚର୍ଚ୍ଚାରେ ଆଗରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ୩୦ ବର୍ଷରୁ ଅଧିକ ସମୟ ଧରି ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବିଜେପି ସହ ଜଡ଼ିତ ଅଛନ୍ତି । ଧର୍ମେନ୍ଦ୍ର ୨୦୦୦ରୁ ୨୦୦୪ ଯାଏ ପାଲଲହଡ଼ାରୁ ବିଧାୟକ ଥିଲେ। ୨୦୦୪ ରୁ ୨୦୦୯ ଯାଏ ଥିଲେ ଦେବଗଡ଼ ସାଂସଦ । ୨୦୧୪ ରୁ ୨୦୨୪ ଯାଏ କେନ୍ଦ୍ରରେ ଶିକ୍ଷା, ପେଟ୍ରୋଲିୟମ, ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।

ହେଭିୱେଟ କେଭି ସିଂହଦେଓଙ୍କ ନାଁ ମଧ୍ୟ ରେସରେ ରହିଛି । ସେ ୧୯୯୫ରୁ ୨୦୧୪ଯାଏ ପାଟଣାଗଡ଼ ଆସନରୁ ଲଗାତାର ବିଜୟୀ ହୋଇଥିଲେ । ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଏଥର ପୁଣି ପାଟଣାଗଡ଼ରୁ ବିଜୟୀ ହୋଇଛନ୍ତି । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା। ଏଥର ସେ ଚାନ୍ଦବାଲି ଆସନରୁ ଲଢ଼ି ପରାସ୍ତ ହୋଇଛନ୍ତି। ପୂର୍ବରୁ ଉତ୍ତରାଖଣ୍ଡରେ ପୁଷ୍କର ସିଂହ ଧାମୀ ନିର୍ବାଚନ ହାରି ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦଳ ତାଙ୍କୁ ସୁଯୋଗ ଦେଇଥିଲା । ଏଥିପାଇଁ ମନମୋହନ ସାମଲଙ୍କୁ ନେଇ ଚର୍ଚ୍ଚା ବଢୁଛି । ଆଜି ବିଧାୟକ ଦଳ ନେତା ଚୟନ ପାଇଁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏହା ଟିକେ ବିଳମ୍ବ ହେଇପାରେ ବୋଲି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅପେକ୍ଷା ରହିଛି କେନ୍ଦ୍ର ନେତାଙ୍କ ସଂକେତକୁ। ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ନିର୍ବାଚନ ପ୍ରଚାର ବେଳେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ଗିରୀଶ ମୁର୍ମଙ୍କ ନାଁ ଆଗରେ ରହିଛି। ମୟୂରଭଞ୍ଜ ବେତନଟୀ ନିବାସୀ ଗିରୀଶ ମୁର୍ମୁ ମୋଦୀଙ୍କ ସହ ଗୁଜୁରାଟରେ କାମ କରିଛନ୍ତି। ଏବେ CAG ଥିବା ମୁର୍ମୁ ମୋଦୀଙ୍କ ପ୍ରଥମ ପସନ୍ଦ ବୋଲି କୁହାଯାଉଛି। ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ମଧ୍ୟ ରେସରେ । ସେ ପୂର୍ବରୁ ବରଗଡ଼ ସାଂସଦ ଥିଲେ । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ନେଇ ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି । ସେ ନୀଳଗିରି ଆସନରୁ ଦୁଇ ଥର ବିଧାୟକ ଓ ବାଲେଶ୍ବର ଲୋକସଭା ଆସନରୁ ଦୁଇ ଥର ସାଂସଦ ହୋଇଛନ୍ତି । ୪ ଥରର ବିଜେପି ବିଧାୟକ ରବି ନାରାୟଣ ନାଏକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରଣପୁର ବିଧାୟିକା ସୁରମା ପାଢ଼ୀ ଓ ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ାଙ୍କ ନାଁ ମଧ୍ୟ ଶୁଣାଯାଉଛି ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

33 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago