ରାଶିଫଳ

ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକେ କର୍ମକ୍ଷେତ୍ରରେ ଲାଭବାନ ହେବେ

ମେଷ: ଦାନଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ଦିନଟି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ରହିବ, ଯାହାଦ୍ୱାରା ଆପଣ ଆଗକୁ ବଢିବେ । କୌଣସି କାର୍ଯ୍ୟକୁ ନିର୍ଭୟ ଭାବେ ପୂରା କରିବେ । ଛାତ୍ରଛାତ୍ରୀ ପାଠପଢାକୁ ନେଇ ଗୁରୁଜନଙ୍କ ସହ କଥା ହେବେ । ସାଙ୍ଗ ସହ କିଛି ସମୟ କାଟିବେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଆପଣ ଆଜି ସତ୍ୟ ପଥରେ ଚାଲିବେ ।

ବୃଷ: ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢିବ ।  ଦିନଟି ଆପଣଙ୍କ ଭାଗ୍ୟ ଦୃଷ୍ଟିକୋଣରୁ ଉତ୍ତମ ରହିବ । ପରିବାରରେ ସୁଖ ସୁବିଧା ମିଳିବ ।  ବେପାରିଙ୍କ ପାଇଁ ଦିନଟି ଭଲ । ଆପଣଙ୍କ ଦିନଟି ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ ।

ମିଥୁନ: ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ । ନୂଆ ସାଙ୍ଗ ଗଢିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ । ମା’ଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ, ସେଥିପାଇଁ ସାବଧାନ ରହିବାକୁ ପଡିବ ।

କର୍କଟ: ପିଲାମାନଙ୍କ କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ ।  ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ ।  ଦିନଟି ଠିକ୍‌ ଠାକ ରହିବ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ । ଖର୍ଚ୍ଚ କମ୍‌ କରିବାକୁ ପଡିବ, ନଚେତ୍‌ ସମସ୍ୟା ହୋଇପାରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ।

ସିଂହ: ନୃତ୍ୟ କରୁଥିବା ଲୋକଙ୍କୁ ଭଲ ଫଳ ମିଳିବ । ଘରକୁ ଅତିଥି ଆସିପାରନ୍ତି । ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମରେ ଆଗକୁ ବଢିବେ । କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । କିଛି ସମୟ ଆନନ୍ଦ ରହିବେ । ଭାବିଚନ୍ତି କାମ କରିବା ଆପଣଙ୍କ ପାଇଁ ଠିକ୍‌ ହେବ ।

କନ୍ୟା: ଆପଣଙ୍କୁ କୌଣସି ନୂତନ ପଦବୀ ମିଳିବ ।  ଦିନଟି ଠିକ୍‌ ଠାକ ରହିବ । ଭାବିଚିନ୍ତି କୌଣସି କାର୍ଯ୍ୟରେ ଆଜି ଆଗକୁ ବଢିବେ ।  ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢିବା କାରଣରୁ ବହୁତ ଖୁସି ରହିବେ । ରାଜନୀତିରେ କିଛି ବଡ ପଦବୀ ମିଳିପାରେ । ବ୍ୟବସାୟର କିଛି ନୂଆ ଉପାୟ ଭାବିବେ । ଅର୍ଥ ପାଇଁ ଅଳ୍ପ ଚିନ୍ତିତ ରହିବେ ।

ତୁଳା: ନୂଆ ସାଙ୍ଗ ଗଢିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । କୌଣସି ଶୁଭ କାମରେ ଯୋଗ ଦେବେ ।  ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍‌ କରିବେ ।

ବିଛା: ଆର୍ଥିକ ସ୍ଥିତି ଠିକ୍‌ ରହିବ ।  କିଛି କାମ ଯୋଗୁ ଉଚ୍ଚ ଅଧିକାରୀଙ୍କ ମନ ଜିତିବେ । ଦିନଟି ଭଲରେ କଟିବ ।  ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ । ପାଠପଢାକୁ ନେଇ କିଛି ପଦକ୍ଷେପ ନେବେ । ବାପାଙ୍କ ସହ ଝଗଡା ହୋଇପାରେ । ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ ।

ଧନୁ: ବେପାରିଙ୍କ ପାଇଁ ଦିନଟି ଭଲ । ବଡ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ । ବିଚାର କରି କୌଣସି ନିଷ୍ପତ୍ତି ନେବେ, ନଚେତ୍‌ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ମକର:  ବିଚାର କରି କାମ କରିବେ, ନଚେତ ସମସ୍ୟା ହୋଇପାରେ । ବ୍ୟବସାୟ ଆଗକୁ ବଢାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆଜି ଆପଣଙ୍କୁ ଦେବାନେବା କାମରେ ସାବଧାନ ରହିବାକୁ ପଡିବ ।  ଦେବାନେବା ମାମଲାରେ ସାବଧାନ ରୁହନ୍ତୁ । ମା ’ଙ୍କ ସହ ଠିକ୍‌ ଭାବେ କଥାବାର୍ତ୍ତା କରିବେ, ନହେଲେ ଝଗଡା ହେବାର ସମ୍ଭାବନା ରହିଛି ।

କୁମ୍ଭ: ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପରିବାରର ସାହାଯ୍ୟ ମିଳିବ ।  ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ, ଯାହାଦ୍ୱାରା ଖୁସି ରହିବେ ।କୌଣସି ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଠିକ୍‌ ହେବ ।

ମୀନ: ପ୍ରତିଯୋଗିତାରେ ଭଲ ଫଳ ମିଳିବ ।  ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ନିଜର ବ୍ୟବହାର ଠିକ୍‌ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ, ନଚେତ ସମସ୍ୟା ହୋଇପାରେ । ଯେକୌଣସି କାମ କରିବେ ତାହା ଭଲ ହେବ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ ।

 

KNews Bureau

Recent Posts

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି…

17 mins ago

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ଭିଣୋଇ ନାଁରେ ଅଭିଯୋଗ ଆଣିଲା ଶଳା

ଗଞ୍ଜାମ : ମୋ ଭଉଣୀର ବର୍ଷେ ତଳେ ହୋଇଥିଲା ବାହାଘର । କେଡ଼େ ଖୁସିରେ ନୂଆ କରି ସଂସାର ଗଢ଼ି…

21 mins ago

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

51 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

1 hour ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

2 hours ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago