ରାଶିଫଳ

ଆଜିର ରାଶିଫଳ: ଜାଣନ୍ତୁ କ’ଣ ଅଛି ଆପଣଙ୍କ ରାଶିରେ

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। କ୍ୟାରିୟରରେ ଉନ୍ନତିର ଅବସର ପ୍ରାପ୍ତ ହେବ।

ବୃଷ: ଆଜି ଭାଗ୍ୟ ସାଥ୍‌ ଦେବ। କୌଣସି ବଡ଼ କମ୍ପାନୀରେ ପାର୍ଟନରସିପ୍‌ କରିବାର ମଉକା ମିଳିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ହେବେ।

ମିଥୁନ: ଚାକିରିଆଙ୍କୁ ପ୍ରମୋସନ ମିଳିପାରେ। ଛାତ୍ରମାନେ ପାଠପଢ଼ାରୁ ମନ ହଟାଇ ପାରନ୍ତି। ଅଫିସ୍‌ରେ ମହିଳାମାନଙ୍କ କାମ ବୋଝ କମ୍‌ ରହିବ।

କର୍କଟ: ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରିବେ ନାହିଁ। ଅନ୍ୟର ମାମଲାରେ ନିଜର ରାୟ ଦେବେ ନାହିଁ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ।

ସିଂହ: ଆଜିର ଦିନ ଖାସ୍‌ ରହିବ। ନିଜକୁ ଆର୍ଥିକ ରୂପେ ମଜଭୁତ କରିବେ। ଜୀବନସାଥୀଙ୍କ ଉପରେ ପୂରା ବିଶ୍ୱାସ କରନ୍ତୁ, ସମ୍ପର୍କ ଦୃଢ଼ ହେବ।

କନ୍ୟା: ଆଜି ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। କୌଣସି ସାମାଜିକ ସମାରୋହରେ ଭାଗ ନେବେ। ବିଭିନ୍ନ ବ୍ୟଞ୍ଜନର ଆନନ୍ଦ ଉଠାଇବେ।

ତୁଳା: ଆଜି ଅଫିସ୍‌ରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ରହିବାକୁ ପଡ଼ିବ। ଦିନଟି ବହୁତ ଭଲ। ଘରଲୋକଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ।

ବିଛା: ଆପଣ ଛୋଟ ଛୋଟ କଥାରେ ଖୁସି ଖୋଜିବେ। ବିରୋଧୀ ବନ୍ଧୁର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ଧନୁ: ଦୋକାନୀମାନଙ୍କୁ ଆଶାଠାରୁ ଅଧିକ ଧନଲାଭ ହେବ। ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ହେବେ। ଭାଗ୍ୟ ସମର୍ଥନ କରିବ।

ମକର: ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆଜି ଅଧିକ ଭାବୁକ ହେବେ ନାହିଁ। ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ।

କୁମ୍ଭ: ଆଜି ନିଜକୁ ବହୁତ ଗର୍ବିତ ଅନୁଭବ କରିବେ। ଜୀବନସାଥୀଙ୍କଠାରୁ ଭଲ ଖବର ମିଳିବ। ଅସହାୟଙ୍କୁ ବସ୍ତ୍ର ଦିଅନ୍ତୁ, ଜୀବନରେ ଖୁସି ଆସିବ।

ମୀନ: ଆର୍ଥିକ ସମସ୍ୟାର ସମାଧାନ ବାହାରିବ। କେହି ସାଙ୍ଗ ଆପଣଙ୍କୁ ସାହାଯ୍ୟ କରିବ। ସନ୍ଧ୍ୟାରେ ଘରଲୋକଙ୍କ ସହ ମିଶି ଭଲ ସମୟ ବିତାଇବେ।

Roshni

Recent Posts

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

15 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

35 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

57 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

1 hour ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

1 hour ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

1 hour ago