ରାଶିଫଳ

ରାଶିଫଳ : ଜାଣନ୍ତୁ ଆଜି କିପରି ରହିବ ଆପଣଙ୍କ ଦିନ

ମେଷ: ଆପଣଙ୍କ ଦିନଟି ଭଲ ରହିବ । କୌଣସି କାମରୁ ଲାଭ ମିଳିବ । ଠିକ୍‌ ଭାବେ କାମ କରିବା ଦ୍ୱାରା ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢାପଢିରେ ଦେବା ଜରୁରୀ । ନିଜର ପ୍ରତିଭା ଦେଖାଇବା ପାଇଁ ଆପଣଙ୍କୁ ବଡ ମଉକା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ ପୂରା ହୋଇଯିବ । ଦାୟିତ୍ୱ ପୂରା କରିବେ । ମନରେ ଅନେକ ସକାରତ୍ମକ ଭାବନା ଆଣିବେ । ଚାକିରି ମିଳିବାର ସମ୍ଭାବନା ରହିଛି । ଭବିଷ୍ୟତ ବିଷୟରେ ଯାହା ଚିନ୍ତା କରୁଛନ୍ତି, ତାହା ପୂରା ହୋଇପାରେ । ନିଜ ଉପରେ ବିଶ୍ୱାସ ରଖିଲେ ସବୁ ଠିକ୍‌ ହୋଇଯିବ ।

ମିଥୁନ: ଭାଗ୍ୟ ସାଥିରେ ରହିବ । ପରିବାର ପାଇଁ ଚିନ୍ତିତ ରହିବେ । ବ୍ୟବସାୟରେ ଆଗକୁ ଯାଇପାରନ୍ତି । ଭାବିଚିନ୍ତି କାମ କରିବା ଦ୍ୱାରା ବ୍ୟବସାୟରେ ଲାଭ ମିଳିପାରେ । ପଢାପଢିରେ ଛାତ୍ରଛାତ୍ରୀମାନେ ଆଗକୁ ବଢିବେ । ମାନିକ ସ୍ଥିତି ଠିକ୍‌ ରହିବ । ଘରେ କଳହ ସୃଷ୍ଟି ହୋଇପାରେ ।

କର୍କଟ: ଆପଣଙ୍କ ଦିନଟି ଠିକ୍‌ ରହିବ । ପରିବାରରେ ସମସ୍ୟା ଥିଲେ ଦୂର ହେବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । କିଛି ଗୁରୁତ୍ୱପୂର୍ଣ୍ଣ କାମ ପୂରା ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଟକି ଥିବା ଧନ ମିଳିପାରେ । କୌଣସି ନୂଆ ଜିନିଷ ମିଳିପାରେ । ବ୍ୟବସାୟରେ ଆଗକୁ ବଢିବେ ଏବଂ ଖୁସି ମିଳିବ ।

ସିଂହ: ଆଜି ଦିନଟି ଚିନ୍ତାରେ କଟିବ । ଅଫିସରେ ମାହୋଲ ଅନୁକୂଳ ରହିବ ଏବଂ କାର୍ଯ୍ୟଭାର କମ୍‌ ରହିବ । ଛାତ୍ରଛାତ୍ରୀଙ୍କର ପଢାପଢିରେ ମନ ଲାଗିରହିବ । କିଛି ନୂଆ ପଦ୍ଧତିରେ କାମ ଆରମ୍ଭ କରିବା ଠିକ୍‌ ରହିବ । କୌଣସି କାମ ସମୟ ମଧ୍ୟରେ ପୂରା ହୋଇଯିବ । ଗୁରୁଜନ ଲୋକଙ୍କ ଆଶିର୍ବାଦ ମିଳିବ । ଆର୍ଥିକ ସ୍ଥିତିରେ ହ୍ରାସ ହୋଇପାରେ ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଭଲ ରହିବ । ଯେକୌଣସି କାମ ହେଉ ଭାବିଚିନ୍ତି କରିବା ଆପଣଙ୍କ ପାଇଁ ଠିକ୍‌ ରହିବ । ଭଲ ଖବର ମିଳିପାରେ । କାମରେ ପଦୋନ୍ନତି କରିବାର ସମ୍ଭାବନା ରହିଛି । ପରିବାର ସହ ଖୁସି ବାଣ୍ଟିବେ । ନୂତନ ବିଚାର ମନରେ ଆସିପାରେ । ଧନ ଲାଭ ହୋଇପାରେ ଏବଂ ଖର୍ଚ୍ଚ ହେବାର ମଧ୍ୟ ସମ୍ଭାବନା ରହିଛି । ପରିବାରରେ କଳହ ଥିଲେ ଠିକ୍‌ ହୋଇଯିବ ।

ତୁଳା: ଦିନଟି ଠିକ୍‌ ଠାକ୍‌ ରହିବ । ଆଗରୁ କରିଥିବା କାମ ଯୋଗୁ ଲାଭ ମିଳିବ । କିଛି ବି କାମ ହେଉ ସକାରତ୍ମକ ଭାବେ କରିବା ଉଚିତ । ନିଜ କାମକୁ ନୂତନ ପଦ୍ଧତିରେ କରିବା ଦ୍ୱାରା ଲାଭବାନ ହୋଇପାରନ୍ତି । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଜୀବନସାଥୀ ଯୋଗୁ ଚିନ୍ତା ଦୂର ହେବ । ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ବିଷୟରେ ଭାବି ବିଚାରି କାମ କରିବା ଉଚିତ ରହିବ ।

ବିଛା: ଆପଣଙ୍କ ପାଇଁ ଦିନଟି ବହୁତ ହିଁ ଭଲ ରହିବ । କେହି ଜଣେ ଆପଣଙ୍କର ସାହାଯ୍ୟ ମାଗି ପାରନ୍ତି । ଜୀବନସାଥୀ ପାଇଁ କିଣା କିଣି କରିପାରନ୍ତି । କିଛି କଥାକୁ ନେଇ ଚିନ୍ତିତ ରହିବେ । ପରିବାରର ସଦସ୍ୟଙ୍କ ଠାରୁ ସାହାଯ୍ୟ ନେବେ । ଧନ ଲାଭ ହୋଇପାରେ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ଧନୁ: ଦିନଟି ଉତ୍ସାହରେ କଟିବ । ଭାଗ୍ୟ ବହୁତ ଭଲ ରହିବ । ସାଙ୍ଗଙ୍କ ସହ ସମୟ ଅତିବାହିତ କରିବେ । ଆର୍ଥିକ ଲାଭ ମିଳିପାରେ । କାର୍ଯ୍ୟ କରୁଥିବା ସ୍ଥାନରେ କିଛି ବଡ ନିଷ୍ପତି ନେଇ ପାରନ୍ତି । ଆପଣଙ୍କ କଥା ଓ ବିଚାର ପାଇଁ ଲୋକମାନେ ପ୍ରଭାବିତ ହୋଇପାରନ୍ତି । ଲଭମେଟ ନିଜ ସାଥିଙ୍କୁ ଉପହାର ଦେଇପାରନ୍ତି ।

ମକର: ଦିନଟି ଲାଭଦାୟକ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ମହିଳାମାନଙ୍କର ଦିନଟି ଘରର କାମରେ ବିିତି ଯିବ । ଜୀବନରେ ଉନ୍ନତି ପାଇଁ ଏକ ନୂଆ ରାସ୍ତା ମିଳିବ । ଶିକ୍ଷକମାନଙ୍କ ପାଇଁ ଦିନଟି ଭଲ ରହିଛି ଏବଂ ମନ ପସନ୍ଦର ଜିନିଷ ମିଳିବାର ସମ୍ଭାବନା ରହିଛି । ଅନେକ ଶୁଭ ଖବର ମିଳିପାରେ ।

କୁମ୍ଭ: ଆଜି ଦିନରେ କିଛି ନୂଆ ଉପହାର ମିଳିପାରେ । ନୂଆ ଢଙ୍ଗରେ କାମ କରିବା ଦ୍ୱାରା ଲାଭବାନ ହେବେ । ଆଜି ଆପଣଙ୍କୁ କାହାକୁ ଉଧାର ଦେବାରୁ ବିରତ ରହିବାକୁ ପଡିବ । କିଛି ନୂଆ ଅନୁଭୂତି ପ୍ରାପ୍ତି ହୋଇପାରେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଲଭମେଟଙ୍କ ପାଇଁ ଦିନଟିରେ ମଧୁରତା ଭରିଯିବ ।

ମୀନ: ଆଜି ଆପଣଙ୍କ ଦିନଟି ଭଲରେ ଆରମ୍ଭ ହେବ । ଅଫିସ୍‌ରେ ଉଚ୍ଚ କର୍ମଚାରୀ କାମରେ ସାହାଯ୍ୟ କରିବେ । କାମ ସହଜରେ ପୂରା ହେବ । ପରିବାରରେ କିଛି ନୂଆ ଦାୟିତ୍ୱ ମିଳିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ । ଆୟ ମଧ୍ୟ ବୃଦ୍ଧି ହୋଇପାରେ ।

D Sonali

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago